STORYMIRROR

କଳ୍ପନା ରାୟ

Inspirational

4  

କଳ୍ପନା ରାୟ

Inspirational

ଗଛ

ଗଛ

1 min
413


ଏନ୍ତୁଡିଶାଳରୁ ଶ୍ମଶାନ ପର୍ଯ୍ୟନ୍ତ

   ଯାହାର ଉପସ୍ଥିତି

ସେପରି ବନ୍ଧୁ ଆଉ କିଏ ହେବ 

ତା ଵିନା ଅପୂରଣୀୟ କ୍ଷତି ।


ମାନବ ଜୀବନେ ବୃକ୍ଷର ସ୍ଥାନ 

  ନେଇ ପାରିବ କେ କହ

ପିତାପରି ସିଏ ଆମ ପ୍ରାଣ କେନ୍ଦ୍ର 

 ବୃକ୍ଷ ବିନା ସୃଷ୍ଟି, ସ୍ଥିତି ଅସମ୍ଭବ ।


ମାଆପରି ଦିଏ ଫଳ, ଫୁଲ, ବାସଗୃହ 

 ସଭ୍ୟତା ଉତ୍ଥାନର ମୂଳ

ବୃଷ ସରିଗଲେ ସଂସାରେ ଆମର

  ବଞ୍ଚିବାଟା ହେବ କାଳ ।


ଖରା, ବର୍ଷା, ଶୀତ କଷ୍ଟ ସହିଯାଏ 

  ଯୋଗାଇ ଆମକୁ ସବୁ ସୁବିଧା 

ଅଙ୍ଗାରକାମ୍ଳ ନେଇ ଅମ୍ଳଜାନ ଦିଏ

 ବଞ୍ଚିବାର ଶ୍ରେଷ୍ଠ ଉପାଦାନ ଆମ

      ନୁହେଁ ତ ଏହା ଅନ୍ୟଥା ।


ପୂର୍ବେ ଗଢିଥିଲେ ସଭ୍ୟତା ଆମେ

    ବୃକ୍ଷ ଘେରା ଜଙ୍ଗଲରେ 

ରୋଗଦୁଃଖ ଏତେ ନଥିଲା ତ ପାଖେ

   ପ୍ରାଣୀ ବଞ୍ଚୁଥିଲା ସୁସ୍ଥ ରେ ।


ଭାରତ ଜନନୀ ସଦା ଲାସ୍ୟମୟୀ

   ପ୍ରକୃତି ବିହାର ସ୍ଥଳୀ

ମୂଢଜନ ପରା ପାଦପ କାଟନ୍ତି 

  ଯାହା ତ ଆତ୍ମହତ୍ୟା ଭଳି ।


ଶଵରୀର କୋଳି, କୈବର୍ତ୍ତ ର ନାଆ

  ଲକ୍ଷ୍ମଣର ଶକ୍ତି ଭେଦ

ସତ୍ୟବାଦୀଵିଦ୍ୟାଳୟ ଗଢି ପଞ୍ଚସଖା

 ଦିଅନ୍ତି ବୃକ୍ଷ ବନ୍ଧୁତା ସମ୍ଵାଦ ।


ଦୁଵରୁ ଦାରୁ ଅନମନୀୟ ପ୍ରକୃତି 

  ସେଵାକାରୀ ମାନବର

ଅସାଧ୍ୟସାଧନ ଜଙ୍ଗଲେ ସାଧିଲେ ଋଷି 

  ଦାରୁ ପା' କାଳିଆ ଶରୀର ।


ରାଜପଥ ନିର୍ମାଣ, ସହରୀ ସଭ୍ୟତା 

 ଭୂତଳ ରେଳପଥ ନିର୍ମାଣ ପାଇଁ 

ଲକ୍ଷ ଲକ୍ଷ ଗଛ ଅଚିରେ ଭୁଲୁଣ୍ଠିତ ହେଲା

 ପରମହିତୈଷୀ ବନ୍ଧୁ କାନ୍ଦେ କଇଁ କଇଁ ।


ବୃଷ ସମ୍ପଦ ମାନବ ଜାତିର କଵଚ

  ଅନୁଭବ କର ସୁଧିଜନେ

ଜୀଵନଦାୟିନୀ, ମୃତ୍ୟୁ ସଞ୍ଜୀବନୀ ସେ ତ

  ରହିବ ବନ୍ୟା ବାତ୍ୟା ନିୟନ୍ତ୍ରଣେ ।


ଦୁର୍ମୂଲ୍ୟ ଅଟଇ ଶାଳ ପିଆଶାଳ

  ଵାନ୍ଧଣ, ଶିଶୁ, ବାଉଁଶ ଚନ୍ଦନ 

ଚା, କଫି ରବର, ହରିଡ଼ା ସରଗି କାଠ

 ପାଉ ସରଗି ମଞ୍ଜିରୁ ବନସ୍ପତି ଘିଅ।


ଧରା ସୁଜଳା ସୁଫଳା ଶସ୍ୟଶ୍ୟାମଳା

  ବୃକ୍ଷ ପରି ବନ୍ଧୁ ପାଇଁ 

ସବୁଜ ବନାନୀ, ଶ୍ୟାମଳିମାମୟ କେଦାର 

 ତା ପାଇଁ ଵହମାନ ସ୍ରୋତସ୍ଵିନୀ ।


ବୃକ୍ଷ ଥିଲେ ମାଟି କ୍ଷୟ ହୁଏ ନାହିଁ 

  ଠିକ୍ ସମୟରେ ବର୍ଷା ହୁଏ 

ବନ୍ୟା ବାତ୍ୟା ଓ ମରୁଡି କେବେ ହେବ ନାହିଁ 

   ପ୍ରାଣୀ ଯହିଁ କଷ୍ଟ ପାଏ।


ମାଆଵାପା ଭାଇଭଉଣୀ ଓ ସଖା

  ସବୁ ଗୁଣ ଠୁଳ ପାଦପରେ 

ଜୀବନଠୁ ମୃତ୍ୟୁ ଥାଏ ଉପସ୍ଥିତ ସଦା

 ଆସ ବନ୍ଧୁ ଵୂକ୍ଷ ରୋପଣ କରିବାରେ

ଆମ ପରମହିତୈଷୀ ବନ୍ଧୁ ତ ଵୃକ୍ଷରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from କଳ୍ପନା ରାୟ

Similar oriya poem from Inspirational