Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Others Inspirational

4.5  

Sadananda Sahoo

Others Inspirational

ସଭିଁଙ୍କ କାଶ୍ମୀର

ସଭିଁଙ୍କ କାଶ୍ମୀର

1 min
333



ଭାରତ ଭୂସର୍ଗ ନଥିଲା ଉତ୍ସର୍ଗ 

   ଦେଶର ଜନତା ପାଇଁ , 

ତ୍ରୁଟିପୁର୍ଣ୍ଣ ଥିଲା ଭୂଖଣ୍ଡ ବ୍ୟବସ୍ଥା 

    ବିଧି ମୁତାବକ ଭାଇ ! ! 


ଘୋର ଦୂରଦୃଷ୍ଟି  ଅଭାବ ଥିଲାକି 

    ଘଡିସନ୍ଧି  ମୁହୁର୍ତ୍ତରେ , 

ମିଶ୍ରଣ ସମୟେ ରାଜିନାମା କଲେ 

   ବିନା ଦ୍ଵିଧା ସଂକୋଚରେ ! ! 


ସେଇ ପରିଣାମ ହେଲା ଭାୟାନକ 

     ସମସ୍ୟା ସମଷ୍ଟି ସାଜି , 

ଆତଙ୍କ ସରାଗୀ ହେଲେ ଜମ୍ବୁବାସୀ 

     ଜାତୀୟତା ଗଲା ହଜି ! ! 


ତ୍ରୀଶତ ସତୁରୀ ମର୍ତ୍ତ୍ଯେ ସ୍ଵର୍ଗପୁରୀ 

     ଅଭୟ ପ୍ରଦାନ ବର , 

ପଞ୍ଚତିରିଶ'କ'  ପୁର୍ଣ୍ଣ ସହାୟକ 

    ଜଳ ବଦଳରେ କ୍ଷୀର ! ! 


ଧାରା ଉପଧାରେ ଅନୁଚ୍ଛେଦ କାନ୍ଦେ 

     ସମସ୍ୟା ବହୁଳେ ପଡି , 

ଧନ୍ୟ ସମ୍ବିଧାନ ଧନ୍ୟ ଏ' ଭାରତ 

   ଏକଦେଶେ ଦୈତ୍ୟ ପେଡ଼ି ! ! 


ସ୍ଵତନ୍ତ୍ର ସୁବିଧା ଆତଙ୍କ କ୍ଷମତା 

    ପ୍ରୋତ୍ସାହନେ ଢେଲାମାଡ , 

ଦେଶ ଭୋଜଖାଇ ଦେଶଦ୍ରୋହୀସାଜି 

    ଜବାନଙ୍କୁ ଭାବୁ ଜଡ ! ! 


ପ୍ରତୀକ୍ଷା ବିଲୟ ହୋଇଛି ନିଶ୍ଚୟ 

    ଦେଶବାସୀ ସର୍ବେ ଖୁସି , 

ଏକରାଷ୍ଟ୍ର ଦେଶ ଏକ ସମ୍ବିଧାନ 

     ସରବେ ବୋଲିବେ ହସି ! ! 


ମାଆ ଭାରତୀର  ବିଜୟ ମୁକୁଟ 

     ଭୂସ୍ଵର୍ଗ କାଶ୍ମୀର ସ୍ଥଳ , 

ମୋଦି ଅମିତଙ୍କ ଅଦ୍ୟମ ଉଦ୍ୟମ 

     ହୋଇଛି ଆଜି ସଫଳ ! ! 


ଅତୁଲ୍ୟ ଭାରତ  ସ୍ଵପ୍ନ ବିଭୂଷିତ 

    ବିଶ୍ଵବାସୀ ଆଚମ୍ବିତ , 

ଧନ୍ୟ ଏ' ଦେଶ ଭିନ୍ନତାରେ ଏକ 

      ପ୍ରଣିପାତ ଶତଶତ ! ! 


ଜାତୀୟତା ବୋଧ ହେଵ ପ୍ରକଟିତ 

    ଜାମ୍ମୁ କାଶ୍ମୀରରେ ଆମ , 

ଜାତୀୟ ସଙ୍ଗୀତ ତ୍ରିରଙ୍ଗା ଶୋଭିତ 

    ବିଲୋପ ନିଆରା ଭ୍ରମ ! ! 


ହେ'କାଶ୍ମୀର ବାସୀ ହୁଅ ଆଜି ଖୁସି 

     ସର୍ବେ ଆମେ ଏକା କାର , 

ଗୋଟିଏ ଦେଶର ଭବ୍ୟ ନାଗରିକ 

     ମାଆ ଭାରତୀର ସ୍ଵର ! ! 



Rate this content
Log in