ଜୀବନ ଗଣିତ
ଜୀବନ ଗଣିତ
ଦିକ୍ ଦିକ୍ ଜଳେ ଜୀବନର ପ୍ରଥମ ଜ୍ୟୋତି
ଜନନୀର ଅନ୍ଧାରୁଆ, ନିଭ୍ରୁତ ଜଠରେ,
ଅନ୍ତୁଡି ଶାଳରେ ଶୁଭେ
ଜୀବନର ପ୍ରଥମ ଶବଦ କୁଆଁ କୁଆଁ ସ୍ବର ।
ଶିଶୁଟି ଆଖି ଖୋଲେ
ଦେଖେ ଜୀବନର ପ୍ରଥମ ଦ୍ରୁଶ୍ୟ
ତା ସ୍ରୁଷ୍ଟି କର୍ତ୍ତ୍ରୀ ର ଆଖିଦର୍ପଣ ରେ
ଅନୁଭବେ ମା ର ମମତା ତା ଉଷୁମ କୋଳ ରେ ଜାକିଜୁକ ହୋଇ ।
ଜନନୀ ଛାତିର ଅମ୍ରୁତ ପାନ କରି
ଧିରେ ଧିରେ ବଢିଚାଲେ ଜୀବନ ।
ମାଟି ଖିଆ ଧୁଳିଖେଳ
ଚୁଲବୁଲି କୈଶର ଓ ମହୁବର୍ଷା ଯୌବନକୁ ଡେଇଁ
ଏ ଜୀବନ ନିଏ ଦିନେ ଯଷ୍ଟିର ଆଶ୍ରୟ
ଏଇତ ଜୀବନ !
ଏଇତ ଜୀବନ !
ଏମିତି ତ ଗଡିଚାଲେ ଜୀବନ
ତାଳ ଦେଇ ସମୟ ସହିତ
କେତେବେଳେ କଣ୍ଟା ପୁଣି କେତେବେଳେ ଫୁଲ ।
ଦୂନିଆଁକୁ ଚିହ୍ନିବାର ପ୍ରଚେଷ୍ଟା ରେ
ସଭିଙ୍କୁ ଆପଣାର କରୁକରୁ
ବଢିଯାଏ ବୟସ
ଆଉ
ଜିଇଁବାର କଳା ଶିଖୁ ଶିଖୁ
କଟିଯାଏ ଆୟୁଷ ।
ଜୀବନର ହିସାବ ଖାତାରେ
ଉତ୍ତରଟା ଭୁଲ୍ ହୋଇଯାଏ
ନିଜ ପାପ ପୁଣ୍ୟର ଅଙ୍କ କଷୁକଷୁ ।
ଜୀବନ ର ଅପରାହ୍ନ ଲାଗେ
ରଙ୍ଗହୀନ,ସଙ୍ଗହୀନ ।
ବୁଢିଆଣୀ ଜାଲରେ ଛନ୍ଦି ହେଲାପରି
ରୁନ୍ଧିହୁଏ ନିଶ୍ବାସ
ନିଜର ସବୁଠୁ ବିଶ୍ବସ୍ତ ସାଥୀ ହୋଇଥିବା
ନିଶ୍ବାସ ବି ଧୋକାଦିଏ ଜୀବନ ସହିତ
ଭାଙ୍ଗି ଦେଇ ବିଶ୍ବାସ ।
ଘୋଟିଆସେ କାଳରାତ୍ରୀ
ଶରୀର ହୁଏ ଶେଷେ ମୁଠାଏ ପାଉଁଶ ।
ଏଇତ ଜୀବନ
ଏଇତ ଜୀବନ ।