STORYMIRROR

Trilochan Karjee

Inspirational

4  

Trilochan Karjee

Inspirational

ଏ ଯୁଗଟା ବଦଳି ଯାଇଛି

ଏ ଯୁଗଟା ବଦଳି ଯାଇଛି

1 min
243

ପୁଅ ଚାକିରୀରେ 

ବାପଟା ଚଳୁଛି ବୋଲି 

ପୁଅ ବାପାକୁ ହଇରାଣ କରୁଛି।

ଏବେ ଯୁଗଟା ବଦଳି ଯାଇଛି 

ଏଠି ବାପା ପୁଅକୁ ଡରୁଛି। 


ପ୍ରେମିକା ଟଙ୍କାରେ 

ପ୍ରେମିକଟା ବୁଲୁଛି ବୋଲି 

ପ୍ରେମିକା ପ୍ରେମିକକୁ ଅର୍ଡ଼ର ଦଉଛି। 

ଏବେ ଯୁଗଟା ବଦଳି ଯାଇଛି 

ଏଠି ପ୍ରେମିକ ପ୍ରେମିକାକୁ ଡରୁଛି।


ସ୍ତ୍ରୀ ଯୌତୁକରେ 

ସ୍ବାମୀଟା ବଞ୍ଚୁଛି ବୋଲି 

ସ୍ତ୍ରୀ ସ୍ବାମୀକୁ ଧମକ ଦଉଛି।

ଏବେ ଯୁଗଟା ବଦଳି ଯାଇଛି 

ଏଠି ସ୍ବାମୀ ସ୍ତ୍ରୀକୁ ଡରୁଛି।


ବୋହୂ କଥାରେ 

ଶାଶୁଟା ଜବାବ ଦଉଛି ବୋଲି 

ବୋହୂ ଶାଶୁକୁ ଗାଳି ଦଉଛି।

ଏବେ ଯୁଗଟା ବଦଳି ଯାଇଛି 

ଏଠି ଶାଶୁ ବୋହୂକୁ ଡରୁଛି।


ଜନତା ଭୋଟରେ

ନେତାଟା ହୋଇଛି ବୋଲି 

ଜନତା ନେତାକୁ ବଦଳି କରୁଛି।

ଏବେ ଯୁଗଟା ବଦଳି ଯାଇଛି 

ଏଠି ନେତା ଜନତାକୁ ଡରୁଛି।


ପିଲାଙ୍କ ପଢାରେ

ମାଷ୍ଟରଟା ହେଳା କରୁଛି ବୋଲି 

ପିଲାଏ ମାଷ୍ଟରକୁ ଦଣ୍ଡିତ କରୁଛି। 

ଏବେ ଯୁଗଟା ବଦଳି ଯାଇଛି 

ଏଠି ମାଷ୍ଟର ପିଲାକୁ ଡରୁଛି।


ଟ୍ରାଫିକ ରୁଲରେ

ଗାଡିଟା ବେଆଇନ ଚାଲୁଛି ବୋଲି 

ଟ୍ରାଫିକ ଗାଡିକୁ ଫାଇନ୍ ମାଗୁଛି। 

ଏବେ ଯୁଗଟା ବଦଳି ଯାଇଛି 

ଏଠି ଗାଡି ଟ୍ରାଫିକକୁ ଡରୁଛି।


ଭାରତ ବେପାରରେ

ଚାଇନାର ମାଲ ଆସୁଛି ବୋଲି 

ଭାରତ ଚାଇନାକୁ ଟକ୍କର କରୁଛି। 

ଏବେ ଯୁଗଟା ବଦଳି ଯାଇଛି 

ଏଠି ଚାଇନା ଭାରତକୁ ଡରୁଛି ।


ମଦ ରାଜ୍ବସରେ

ରାଇଜଟା ଟଙ୍କା ପାଉଛି ବୋଲି 

ମଦ ରାଇଜକୁ ଶାସନ କରୁଛି।

ଏବେ ଯୁଗଟା ବଦଳି ଯାଇଛି 

ଏଠି ରାଇଜ ମଦକୁ ଡରୁଛି।



साहित्याला गुण द्या
लॉग इन

Similar oriya poem from Inspirational