STORYMIRROR

Trilochan Karjee

Tragedy

4  

Trilochan Karjee

Tragedy

ଅପହଞ୍ଚ

ଅପହଞ୍ଚ

1 min
493

ଏଠି ସବୁ ଅପହଞ୍ଚ 

କେବେ ରାସ୍ତା 

କେବେ ସ୍ବାସ୍ଥ୍ୟ 

କେବେ ଶିକ୍ଷା 

ସବୁକିଛି ଆମ ପାଇଁ 

ଗୋଟେ ଦୁଃସ୍ବପ୍ନ ପରି। 


ଏଠି ସବୁ ଅପହଞ୍ଚ 

କେବେ ଖାଦ୍ୟ 

କେବେ ପାନୀୟ

କେବେ ଆଶ୍ରୟ 

ସବୁ କିଛି ଆମ ପାଇଁ 

ଗୋଟେ ଦୁର୍ଲଭ ବସ୍ତୁ ପରି। 


ଏଠି ସବୁ ଅପହଞ୍ଚ 

କେବେ ଯୋଜନା 

କେବେ ସହାୟତା 

କେବେ ପ୍ରତିଶ୍ରୁତି 

ସବୁ କିଛି ଆମ ପାଇଁ 

ପାଣି ଫୋଟକା ପରି। 


ଏଠି ସବୁ ଅପହଞ୍ଚ 

କେବେ ଖୁସି 

କେବେ ହସ

କେବେ ଆନନ୍ଦ 

ସବୁ କିଛି ଆମ ପାଇଁ 

ଆଖିରୁ ଝରୁଥିବା ଲୁହ ପରି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy