STORYMIRROR

Trilochan Karjee

Inspirational

4  

Trilochan Karjee

Inspirational

ହେ କଲମ

ହେ କଲମ

1 min
331

ହେ କଲମ,

ଝରୁ ତୁମ ମୂନରେ

ଦୁଃଖୀ ଦରିଦ୍ରର କଥା।


ହେ କଲମ,

ଉଠୁ ତୁମ ସ୍ବରରେ

ପଛୁଆବର୍ଗର ବ୍ୟଥା।


ହେ କଲମ,

ଗଢୁ ତୁମ ହାତରେ

ଅବହେଳିତର ଭାଗ୍ୟ।


ହେ କଲମ,

ଚାଲୁ ତୁମ ସ୍ପର୍ଶରେ

ଦଳିତଙ୍କର ମାର୍ଗ।


ହେ କଲମ,

ହସୁ ତୁମ ତୁଣ୍ଡରେ

କଅଁଳ ଶିଶୁର ଓଠ।


ହେ କଲମ,

ରହୁ ତୁମ ସ୍ମୃତିରେ

ଅନେକ ଗଳ୍ପ କବିତା।


ତ୍ରିଲୋଚନ କାର୍ଯୀ

ପାତ୍ରପୁର, ଗଂଜାମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational