STORYMIRROR

Trilochan Karjee

Inspirational

4  

Trilochan Karjee

Inspirational

ଏଠି ଚର୍ଚ୍ଚା ହେଉଛି

ଏଠି ଚର୍ଚ୍ଚା ହେଉଛି

1 min
334


ଏଠି ଚର୍ଚ୍ଚା ହେଉଛି 

ତିନି ଶହ ସତୁରୀ ଧାରାର କଥା।

କିନ୍ତୁ ଚର୍ଚ୍ଚା ହେଉଛି କି? 

କାଶ୍ମିରୀ ବାସୀ କେମିତି ରହୁଛି। 


ଏଠି ଚର୍ଚ୍ଚା ହେଉଛି

କାଳିଆ ଯୋଜନା କଥା ।

କିନ୍ତୁ ଚର୍ଚ୍ଚା ହେଉଛି କି? 

ଚାଷୀ କାହିଁ ଆତ୍ମହତ୍ୟା କରୁଛି। 


ଏଠି ଚର୍ଚ୍ଚା ହେଉଛି 

ଖାଉଟି ସୁରକ୍ଷାର କଥା ।

କିନ୍ତୁ ଚର୍ଚ୍ଚା ହେଉଛି କି? 

ଗରିବ କାହିଁ ଭୋକରେ ଶୋଉଛି। 


ଏଠି ଚର୍ଚ୍ଚା ହେଉଛି 

ସ୍ବାସ୍ଥ୍ୟ ବୀମା ଯୋଜନା କଥା ।

କିନ୍ତୁ ଚର୍ଚ୍ଚା ହେଉଛି କି? 

ରୋଗୀ ଟି କାହିଁ ମରୁଛି। 


ଏଠି ଚର୍ଚ୍ଚା ହେଉଛି 

ଟ୍ରାଫିକ୍ ବ୍ୟବସ୍ଥା କଥା ।

କିନ୍ତୁ ଚର୍ଚ୍ଚା ହେଉଛି କି? 

ରାସ୍ତାଟେ କାହିଁ ତିଆରି ହେଉଛି। 


ଏଠି ଚର୍ଚ୍ଚା ହେଉଛି 

ଶିକ୍ଷା ଅଧିକାର କଥା ।

କିନ୍ତୁ ଚର୍ଚ୍ଚା ହେଉଛି କି? 

ପିଲାଟି କାହିଁ ଫେଲ୍ ହେଉଛି । 


ଏଠି ଚର୍ଚ୍ଚା ହେଉଛି 

ପରକିୟା ପ୍ରୀତିର କଥା ।

କିନ୍ତୁ ଚର୍ଚ୍ଚା ହେଉଛି କି? 

ସ୍ବାମୀ ସ୍ତ୍ରୀକୁ କି ପାଇଁ ଛାଡୁଛି। 


ଏଠି ଚର୍ଚ୍ଚା ହେଉଛି 

ବେଟି ବଚାଓ ବେଟି ପଢାଓ କଥା ।

କିନ୍ତୁ ଚର୍ଚ୍ଚା ହେଉଛି କି? 

ଝିଅଟେ କାହିଁ ଦୁଷ୍କର୍ମ ହେଉଛି। 


ଏଠି ଚର୍ଚ୍ଚା ହେଉଛି 

ସ୍ବଛ ଭାରତର କଥା। 

କିନ୍ତୁ ଚର୍ଚ୍ଚା ହେଉଛି କି? 

ଆମେ ନିଜେ କେତେ ସଫା ଅଛି। 


ଏଠି ଚର୍ଚ୍ଚା ହେଉଛି 

ସ୍ମାର୍ଟ ସିଟିର କଥା ।

କିନ୍ତୁ ଚର୍ଚ୍ଚା ହେଉଛି କି? 

ନର୍ଦ୍ଦମା ପାଣି ଘରେ କାହିଁ ପଶୁଛି।


ଏଠି ଚର୍ଚ୍ଚା ହେଉଛି 

ଦୁର୍ନୀତି ନିବାରଣର କଥା ।

କିନ୍ତୁ ଚର୍ଚ୍ଚା ହେଉଛି କି? 

ଆଗ ଦୁର୍ନୀତି କିଏ କରୁଛି। 


ଏଠି ଚର୍ଚ୍ଚା ହେଉଛି 

ସ୍କିଲ ଇଣ୍ଡିଆର କଥା। 

କିନ୍ତୁ ଚର୍ଚ୍ଚା ହେଉଛି କି? 

ପିଲା ବେକାରୀ ହୋଇ କାହିଁ ବୁଲୁଛି। 


ଏଠି ଚର୍ଚ୍ଚା ହେଉଛି 

ରାଜ୍ୟର ରାଜସ୍ବ କଥା। 

କିନ୍ତୁ ଚର୍ଚ୍ଚା ହେଉଛି କି? 

ମଦୁଆଟେ କାହିଁ ମରୁଛି। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational