STORYMIRROR

Trilochan Karjee

Abstract

3  

Trilochan Karjee

Abstract

ତୁ ଆଉ ମୁଁ

ତୁ ଆଉ ମୁଁ

1 min
281

ତୁ ବସା ଭାଙ୍ଗି ଉଡି ଯାଉଥିବା ଚଢେଇ

ମୁଁ ବସା ବାନ୍ଧିବାକୁ ଯାଉଥିବା ବଢେଇ


ତୁ ବାଟ ଭାଙ୍ଗି ଚାଲି ଯାଉଥିବା ନଈ

ମୁଁ ବାଟ ଚାହିଁ ରହୁଥିବା ବାଟୋଇ


ତୁ କିଛି ମାନୁନଥିବା ଅସାରାଏ ବର୍ଷା 

ମୁଁ କିଛି ଖୋଜୁଥିବା ତୃଷାର୍ତ୍ତର ତୃଷ୍ଣା


ତୁ ନିତି ଦେଖୁଥିବା ଅଜଣା ରାତିର ସ୍ବପ୍ନ 

ମୁଁ ନିତି ଜିଉଁଥିବା ଝଡ଼ ବାତ୍ୟାର ବିପନ୍ନ


ତୁ କହି ପାରୁଥିବା ଅନେକ କାହାଣୀର କଥା 

ମୁଁ କହି ପାରୁନଥିବା ମୋ ଜୀବନର କିଛି ବ୍ୟଥା


ତୁ ସହଜରେ ଧରା ଦେଉନଥିବା ଶାମୁକା 

ମୁଁ ସହଜରେ ଧରା ଦେଉଥିବା ପ୍ରେମିକ


ତୁ ପଢି ପାରୁନଥିବା ଜଟିଳ ପତ୍ରିକା 

ମୁଁ ପଢି ପାରୁଥିବା ସହଜ ସାପ୍ତାହିକ


ତୁ ନିଜ ନାଁକୁ କହି ପାରୁନଥିବା ଝିଅ 

ମୁଁ ନିଜ ନାଁକୁ ନେଇ ଗର୍ବ କରୁଥିବା ପୁଅ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract