STORYMIRROR

Trilochan Karjee

Others

4  

Trilochan Karjee

Others

ମଣିଷଟେ

ମଣିଷଟେ

1 min
381

ମୁଁ ମଣିଷଟେ, 

ମୋ ଭିତରେ ଅଛି 

ଅନେକ ଶକ୍ତି,

ମୁଁ ଗଢିଦେଇ ପାରେ 

ରକ୍ତର ପିଣ୍ଡୁଳାରେ 

ଆଉ ଗୋଟେ ମଣିଷକୁ। 


ମୋ ଭିତରେ ଅଛି

 ଅନେକ ଦୀପ୍ତି,

ମୁଁ ଜଳାଇ ଦେଇପାରେ 

ଜ୍ବଳନ୍ତ ଆଲୁଅରେ 

ଅନ୍ୟ ଏକ ବସ୍ତୁକୁ। 


ମୋ ଭିତରେ ଅଛି 

ଅନେକ ଯୁକ୍ତି,

ମୁଁ ନିର୍ଭୟରେ କହିପାରେ

ତର୍କ ବିତର୍କରେ

ଜୀବନର ସତ୍ତାକୁ। 


ମୋ ଭିତରେ ଅଛି 

ଅନେକ ଚୁକ୍ତି,

ମୁଁ ଭାଙ୍ଗି ଦେଇପାରେ 

ଦୃଢ ପଣରେ 

ସବୁ ଅଦୃଶ୍ୟ ଶକ୍ତିକୁ। 


ମୋ ଭିତରେ ଅଛି 

ଅନେକ ରାସ୍ତା,

ମୁଁ ସହଜେ ଯାଇପାରେ 

ମୃତ୍ୟୁର ଦିଗରେ

ଛାଡି ଦେଇ ଏ ଶରୀରକୁ। 


ତଥାପି ଚିତ୍କାର କରି,

ଏ ଦୁନିଆ କୁହେ,

ମୁଁ ଛାର ଗୋଟେ 

ମଣିଷଟେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍