ଆସ ଅଵତରି
ଆସ ଅଵତରି
କରୁଅଛି ଗୁହାରି ମାଆ ଆସ ଅବତରି
ଭରିଦିଅ ଶାନ୍ତିପ୍ରୀତି ସଙ୍କଟକୁ ହରି ।
ସମାଜର ଚିତ୍ର କଣ ଦେଖୁନାହୁଁ ମାଆ
ନାରୀଙ୍କର ମାନ ପାଇଁ ହୁଅ ତୁମେ ସାହା ।
ଯେଉଁ ନାରୀ ସୃଷ୍ଟି କରେ ପାଳିଥାଏ ହସ୍ତେ
ସେଇ ନାରୀ ସମାଜରେ ବଞ୍ଚୁଅଛି ଭୀତେ ।
ବଳାତ୍କାର ଆଶଙ୍କାରେ ମନ ଆନ୍ଦୋଳିତ
ନାରୀଙ୍କର ସୁରକ୍ଷା ଯେ ହୁଏ ପରାହତ ।
ନିଜ ଶକ୍ତି ସାମର୍ଥ୍ୟକୁ ଭୁଲିଯାଇ ନାରୀ
ନୟନରୁ ଅଶ୍ରୁଧାର ଯାଉଅଛି ଝରି ।
ଦେବତାଙ୍କ ରକ୍ଷା ପାଇଁ ଧରିଥିଲ ଅସ୍ତ୍ର
ପାପ ନାଶି ଗାଇଥିଲ ସାହାସର ମନ୍ତ୍ର ।
ଭରିଦିଅ ସେହି ମନ୍ତ୍ର ନାରୀର ମନରେ
ତନ୍ଦ୍ରା ତେଜି ଜାଗିଉଠୁ ନାରୀ ନିର୍ଭୟରେ ।
ଜ୍ଞାନ ଦୀପ ଜାଳିଦିଅ ନାରୀ ହୃଦୟରେ
ପ୍ରତିଷ୍ଠିତ ହେଉ ନାରୀ ସମଗ୍ର ବିଶ୍ୱରେ ।
ପ୍ରତିବାଦ କରିବାକୁ ଦିଅ ମନେ ଶକ୍ତି
ଅତ୍ୟାଚାରୀ କବଳରୁ ପାଇବାକୁ ମୁକ୍ତି ।
ଢାଳିଦିଅ କୃପାରାଶି ନାରୀର ପ୍ରାଣରେ
ବିତିଯାଉ ଜୀବନ ତା' ସଂସାରେ ଖୁସିରେ ।