Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mr.GAGAN BIHARI NAYAK

Inspirational

0.8  

Mr.GAGAN BIHARI NAYAK

Inspirational

ଗରୀବର ପରିଚୟ

ଗରୀବର ପରିଚୟ

1 min
284


ଦାରିଦ୍ରର ସୀମାରେଖା ତଳେ ରଖି ଗୋଟେ ପରିଚୟ ପଡିପତ୍ର ଧରେଇ ଦେଇ,

ନାମିତ କଲ ଗରୀବର ଗୋଟେ ସ୍ବାଧୀନ ରାଷ୍ଟ୍ରରେ ପରିଚୟ ସ୍ବତନ୍ତ୍ର ।


ଗରୀବ ଜାଣିପାରେନା ବୋଲି

ସେ ସେଇ ପଡିପତ୍ର ଧରେ,

ଭାବେ ମୁଁ ସତରେ ଏ ଦେଶର

ଏକ ସଚା ନାଗରୀକ,

ଯାହାର ଅଛି ନିଛକ ପରିଚୟ,

ଲେଖା-ସେ ଦରିଦ୍ର ।


ଏଇ ପରିଚୟ ନେଇ ସେ ବଞ୍ଚେ,

ବଞ୍ଚିରହେ ଶାସନ କଳ

ତାର ସାମ୍ବିଧାନିକ ଅଧିକାର ବଳେ ।

ସେ ଦେଖେ ରାଜସ୍ବ ନ ଦେଇ ବିନା ପଞ୍ଜିକରଣରେ ବାଲି,ବଜୁରୀ ଓ ମାଙ୍କଡା ପଥର

ମାଫିଆ କବଳ ହୁଏ ।


ପେଟ୍ରୋଲ ପମ୍ପ ପାଇଯାଏ ଧନୀ ।

ଠିକାଦାର ସେ, ମଠ ଆଶ୍ରମ ଓ ମନ୍ଦିରର ସେ ଅଧିକାରୀ ।

ବ୍ଯବସାୟ ଯେତେ ସବୁ ସେଇ ଥିଲାବାଲା ହାତେ ।

ଯାହାର ଅଛି ବଞ୍ଚିବାକୁ କେଉଁ ରାଜ ରାଜୁଡା ଅମଳୁ ସଂଚିତ ଅର୍ଥ ।


ସେ ଜାଣେ ସେ ଭାରତରେ ଗରୀବ କାହିଁକି ???

ଯାହାର କହିବାର ଶକ୍ତି ନାହିଁ ।

ପ୍ରତିବାଦ କରିବାର ସାମର୍ଥ୍ଯ ନାହିଁ ।

ଅଥଚ ସେ ଦେଶର ନୀତିକୁ ମାନେ ।

ମାନେ ତାର ବ୍ଯବସ୍ଥାପନା ନିୟମକୁ ।

କାରଣ ସେ ଗରୀବ । 

ସେଇତାର ଶେଷ ପରିଚୟ ଆଗର ଓ ଏବେର ।


ବାସ୍ତବରେ ଗରୀବ ଭାରତରେ ଗରୀବ ନୁହେଁ ।

ତାକୁ ଗରୀବ କରି ରଖିଥିବା ଦେଶର ମାଲିକ ହିଁ ଗରୀବ ।



Rate this content
Log in

Similar oriya poem from Inspirational