Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mr.GAGAN BIHARI NAYAK

Others

3  

Mr.GAGAN BIHARI NAYAK

Others

ଗଣତନ୍ତ୍ର ଆମ ମହାମନ୍ତ୍ର

ଗଣତନ୍ତ୍ର ଆମ ମହାମନ୍ତ୍ର

1 min
147



ଗଣତନ୍ତ୍ର ଆମ ଦେଶ ମହାମନ୍ତ୍ର ।

ସମ୍ବିଧାନ ଆମ ଗ୍ରନ୍ଥ ।

ଆମେ ଏ ଦେଶର ଅମୃତ ସନ୍ତାନ ।

ବିଶ୍ଵ ଇତିହାସେ ଶ୍ରେଷ୍ଠ (୦)


ସଂସଦ ମନ୍ଦିରେ ଚାଲେ ଦେଶ ଚର୍ଚ୍ଚା ।

ନିୟମ କାନୁନ ନେଇ ।

ଆମ ହାତେ ଆମେ ନେତା ବାଛି ଥାଉ ।

ଭୋଟ ଖଣ୍ଡିଏ ଦେଇ ।

ସେଇ ନେତା ଆମ ଭାଗ୍ୟ ବିଧାତା ।

ହରିଥାଏ ଦୁଃଖ କଷ୍ଟ (୧)


ଆମ ପାଇଁ ସିଏ କାମ ନ କରିଲେ ।

ବଦଳେ ଶାସନ କଳ ।

ପାଞ୍ଚ ବର୍ଷ ପରେ ହଟେଇବା ପାଇଁ କି ।

ଲାଗେ ଜନତାଙ୍କ ମେଳ।

ଆସେ ଯିଏ ନୂଆ ନେତା ହୋଇ ଆମ 

ଦେଖାଏ ନୂଆ ବାଟ।୨।


ଆମର ଭୂମିକା ସଭ୍ୟ ଶିକ୍ଷିତ।

ରାଜନେତାଟିଏ ବାଛି ।

ପଲ୍ଲୀରୁ ଦିଲ୍ଲୀକୁ ପଠେଇଲେ ସିଏ

ବିକାଶ କରିବ କିଛି ।

ଲୋକତନ୍ତ୍ରେ ସେ ଜନତା ସେବକ।

 ନିୟମ କହେ ସ୍ପଷ୍ଟ (୪)


ଦ୍ଵିତୀୟେ କାର୍ଯ୍ୟନିର୍ବାହୀ ରହି ।

ଦେଶକୁ ଆଗେଇ ନିଏ ।

ତୃତୀୟେ ଆମର ନ୍ୟାୟାଳୟ ।

ସମାନ ନ୍ୟାୟ ସେ ଦିଏ 

ଜନତାଙ୍କ ସ୍ୱର ଗଣମାଧ୍ୟମ

କହଇ ସେ କଥା ସ୍ପଷ୍ଟ (୫)


ଲୋକତନ୍ତ୍ରର ଏ ଚାରି ସ୍ତମ୍ବ 

ଦେଶକୁ ଦିଏ ଦମ୍ଭ ।

ଦୁର୍ବଳ ହେଲେ ଦେଶର କ୍ଷତି ।

ଜନତାଙ୍କ ହଜେ ନିଦ ।

ସତ୍ୟ ଶାନ୍ତି ମୈତ୍ରୀ ପ୍ରୀତି 

ଦେଶ ହରା ହୁଏ ଭ୍ରଷ୍ଟ (୬)


ଆସ ଆମ ଶ୍ରେଷ୍ଠ ଲୋକତନ୍ତ୍ର ।

ତା ସହିତ ସମ୍ବିଧାନ ।

ପ୍ରଣୟନ ପାଇଁ ସୁଚାରୁ ରୂପେ ।

ଦେବା ବିଶେଷ ଧ୍ୟାନ ।

ରଖିବା ଦେଶର ମାନ ମହତ।

ଗାଇ ଜାତୀୟ ସଙ୍ଗୀତ(୭)



Rate this content
Log in