ମୋ ଦେଶ କୃଷକ
ମୋ ଦେଶ କୃଷକ


ମୋ ଦେଶ କୃଷକ
ଲହୁ ଲୁହ ଢାଳି
କରେ ବିଲେ କୃଷି କାମ।
ସେଇ ତାର ସେବା ସମାଜ ପାଇଁକି ।
ରଖେ ସେ ଦେଶର ନାମ ।0।
ଦେଇ ଶ୍ରମ ଝାଳ ଫଳେଇଚି ଫଳ ।
ଦେଶର ଜନତା ପାଇଁ ।
ତାଙ୍କ ଓଠେ ହସ ସେ ଦେଖିଲେ କୃଷକ
ଅଧିରେ ମନ ନାଚଇ ।।
ସେ ନଥିଲେ ଦେଶେ ମାନବ ସଭ୍ୟତା ଲୋପ ହୋଇ ଯିବ ଜାଣ ।୧l
ହିଡ ହୋଇଯାଏ ତାର ମାଂସ ହାଡ ।
ମାଟିକୁ ଭାବେ ଚନ୍ଦନ ।
ଶ୍ରାବଣର ଝରି ବର୍ଷାକୁ ନ ଡରି ।
ଫସଲ କରେ ଉତ୍ପନ୍ନ ।।
ସେଇ ଏ ମାଟିର ଏ ମାଟି ତାହାର ।
ଭାରତୀ ମାତା ସନ୍ତାନl୨l