Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mr.GAGAN BIHARI NAYAK

Inspirational

3  

Mr.GAGAN BIHARI NAYAK

Inspirational

ମା'ଭାରତୀ

ମା'ଭାରତୀ

1 min
218



ଭାରତ ମା' ଚରଣ ଧୁଏ ନୀଳ ସାଗର।

ନୀଳ ଶାଢ଼ୀରେ ଶୋଭା ଦିଶଇ ମାଆଟି ମୋର ।0।


ନୀଳ ବନାନୀ ନୀଳ ବଗିଚା ନୀଳ ଆକାଶ ।

ନୀଳ ଜ୍ୟୋତିର ପ୍ରଭା ପ୍ରକାଶେ ନୀଳ ତା ହସ ।।

ନୀଳ ସର୍ବାଙ୍ଗ ତାର...

ମୋ'ଭାରତ ମାତାର...

ନୀଳ ଓଠରୁ ଝରେ ତାର ମମତା ଧାର (୧)


ହିମାଳୟରୁ କୁମାରୀକା ଯାଏ ତାର ଶରୀର ।

କୋଳେଇ ନେଇ ଧରା ବୁକୁରେ କରିଛି ଘର ।।

ଯୋଛନା ଝରା ଅଗଣା ତାର ହସେ ଚାନ୍ଦିନୀ ।

ତାରl ଫୁଲର ଗଜରା ମାଳ

ବେଣୀ ବନ୍ଧନୀ ।

ସେଇ ମା'ର କୋଳେ...

କେତେ ତପସ୍ୟା ବଳେ...

ମିଳିଛି ଜନମ ହେଲି ସୁପୁତ୍ର ତାର (୨)


ସୂରୁଜ ଆସି ଜ୍ୟୋତି ପ୍ରକାଶି ଦିଏ ଆହାର।

ଚଳ ଚଞ୍ଚଳ ହୋଇ ଉଠଇ

ସାରା ସଂସାର ।

ପିମ୍ପୁଡ଼ି ଧାଏଁ ଆହାର ପାଇଁ

ବଞ୍ଚିବା ଆଶେ ।

ହାତୀ ଜଙ୍ଗଲେ ଦିନ ବିତାଏ ତାର ସାହସେ ।

ବୀରେ ସିଂହର ଠାଣି... ତାର କହେ କାହାଣୀ... 

ହାରିବା ଜାତକେ ନାହିଁ ବୀର ପୁତ୍ରର(୩) 


ବୀର ଦର୍ପରେ ଜଗିଚି ସିଏ ସୀମା ତାହାର ।।

ରୁଦ୍ଧିଚି ପାଦ ଅନୁପ୍ରବେଶକାରୀ ଶତ୍ରୁର ।। 

ସ୍ଵାଭିମାନକୁ ଛାଡ଼ିନି କେବେ ହୋଇ ନିରୀହ ।

ଜୀବନ ଯୁଦ୍ଧେ ଜିତିଛି ସଦା ହୋଇ ବିଜୟ ।।

କାର ସୀମା ଲଂଘିନି...

କା'ରେ କ୍ଷମା ମାଗିନି...

ଅଂହିସା ଆଦର୍ଶ ମୋ' ଭାରତ ମାତାର (୪)



Rate this content
Log in

Similar oriya poem from Inspirational