ସମୟ ଯାଇଛି ବିତି
ସମୟ ଯାଇଛି ବିତି


ସପନ ସଜଡ଼ା ଏଇ ଘରେ ମୋର।
ସଜେଇ ରଖିଛି ସ୍ମୃତି ।
ହଜେଇଛି କିଛି ସମୟ ସୁଅରେ ।
ସେଦିନ ଯାଇଛି ବିତି ।0।
ଭିଜି ଯାଉ ଥିଲା ଦେହେ ଝାଳେ ଯେବେ।
ମୁହଁ ରୁ ସର୍ବାଙ୍ଗ ଦେହ ।
ପୋଛି ଦେଉଥିଲା ସରାଗରେ "ବୋଉ"
ଅଭୁଲା ତା' ମିଠା ସ୍ନେହ ।।
ଅଝତିଆ ଲୁହ ତା ' ପଣତେ ପୋଛି ।
ପୁହାଇ ଦେଇଛି ରାତି(୧)
ନୀଳ ଆକାଶର ଉଦାସିଆ ଜହ୍ନ ।
ଏମନ ଝରକାକୁ ଖୋଲି ।
କହିଗଲା କାନେ ସତରେ ମୁଁ କାଳେ।
ଛୋଟରୁ ଏବେ ବଡ ହେଲି ।
ବାପାଙ୍କ ଆକଟେ ଗୁରୁଜନ ଛାଟେ
ପଢ଼ାରେ ରହିଲା ମତି (୨)
ବାପା ହେଲେ ଖୁସି ଭାଇ ଦେଲେ ହସି ।
ଭଉଣୀ ପାଖରେ ଥାଇ । ଏ ନିରୋଳା ମନେ ଆସି କେ ଗୋପନେ।
କାଉଁରୀ ପରଶ ଦେଇ ।
ନେଇଗଲା ମୋତେ ସପନ ରାଇଜ ।
ହେଲିତା ଜୀବନ ସାଥି (୩)