STORYMIRROR

Jitendra Seth

Inspirational

4  

Jitendra Seth

Inspirational

ଶିଶୁ

ଶିଶୁ

1 min
409

ସରଳ ସୁନ୍ଦର ଚେହେରାଟି ତାର

ଦେଖିବାକୁ ମନୋହର 

ନିଷ୍ପାପ ହୃଦୟ ଖିଲିଖିଲି ହସ

ଲାଗେ ଭାରି ଆପଣାର ।। 


ଟିକି ଟିକି ପାଦ ପରସରେ ତାର

ସବୁ ଦୁଃଖ ଯାଏ ଧୋଇ 

ମନର ବେଦନା କଷ୍ଟ ଓ ଯାତନା 

ଯାଏ ସବୁ ଦୂର ହୋଇ ।। 


ଛୋଟ ସମୟରେ ଘର ଅଗଣାରେ

ମହକେଇ ଦିଏ ବାସ

ମନ ଅଗଣା ବି ହେଇ ଯାଏ ତୋଷ

ରହିଥିଲେ ତାର ପାସ ।। 


ଦେଶର ଅଟେ ସେ ଉଜ୍ୱଳ ତରକା

ଉନ୍ନତିର ଭବିଷ୍ୟତ

ତାହାରି ଆଗରେ ନତମସ୍ତକ ହୋଇ 

ଅସଫଳ ହେବ ହତ ।। 


ବିଜୟର ବାନା ଉଡ଼ିବ ତା' ପାଇଁ 

ଏକଥା ଅଟେ ନିଶ୍ଚୟ 

ତାହାରି ସାହସେ ବିଲୋପନ ହେବେ 

ହିଂସା, ଦ୍ଵେଷ, ପାପ, ଭୟ ।। 


ଶିଶୁ ହସିଲେ ଦେଶ ହସିବ 

ଏକଥା କୁ ମନ୍ତ୍ର କରି 

ଆଗେଇ ନେବା ଶିଶୁ ଓ ଦେଶକୁ

ଉଭୟଙ୍କ ହାତ ଧରି ।। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational