Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ghanashyam Biswal

Inspirational

3  

Ghanashyam Biswal

Inspirational

ତୁମରି ଆଦର୍ଶେ

ତୁମରି ଆଦର୍ଶେ

1 min
189


ତୁମରି ଆଦର୍ଶେ ଚଳିବି ବାପୁ ହେ

ସତ୍ୟକୁ ନିଜର କରି

ହିଂସା କରିବିନି, ରାଗ ରଖିବିନି

ଅହିଂସାକୁ ଜୀବନେ ମୋ ଆଦରି ।


ଉତ୍କଳମଣି ହେ ଶୁଣ ଗୋପବନ୍ଧୁ

ଜୀବନେ ହେବି ମୁଁ ତୁମରି ପରି

ଦୁଃଖୀର ସେବାରେ ମନ ପ୍ରାଣ ଦେବି

କର୍ମ କରି ଦିନେ ଯିବି ମୁଁ ମରି ।


ରକତ ଦେବି ମୁଁ ତୁମକୁ ନେତାଜୀ

ଗଢିବି ତୁମରି ସୁନା ଭାରତ

ମାତୃଭୂମି ସ୍ଵାର୍ଥେ ଜୀବନ ହାରିବି

ହେବି ପଛେ ମୁହିଁ କ୍ଷତ ବିକ୍ଷତ ।



Rate this content
Log in

Similar oriya poem from Inspirational