STORYMIRROR

Narayan chandra Senapati

Inspirational

4  

Narayan chandra Senapati

Inspirational

ଆସ ହେ ନେତାଜୀ

ଆସ ହେ ନେତାଜୀ

1 min
120


ହେ ପ୍ରଜ୍ଞା ପୁରୁଷ ନିର୍ଭୀକ ସୁଭାଷ

 ଜନମି ପୂଣ୍ୟ କଟକେ

ଦେଶ ଜାତି ପ୍ରାଣ ସ୍ପନ୍ଦନେ ସ୍ପଂନ୍ଦିଲ 

  ଦେଶ ପ୍ରେମର ସ୍ଫଟିକେ।


ପିତାଠୁ ଶୋଷିଲ ନୀତି ଓ ନିୟମ

  ମାତା ଦେଲେ ସ୍ନେହ ଶ୍ରଦ୍ଧା

ଗୁରୁଙ୍କ ପ୍ରେରଣା ଅମୃତ ବଚନେ

  ପ୍ରତିହତ କଲ ବାଧା।


ସ୍ୱାମୀଜୀଙ୍କୁ କଲ ମହାନ ଆଦର୍ଶ

  ରାମକୃଷ୍ଣ ଦୀକ୍ଷା ଗୁରୁ

ମାନବିକତାର ସୁବାସ ସିଞ୍ଚିଲ

  ସେବା ଧର୍ମ କରୁ କରୁ।


ଔଦ୍ଧତ୍ୟ ପାଇଁକି ସାଜିଥିଲ ଯମ

  ସ୍ୱାଭିମାନର ସାହେନ୍ସା

ଗୋଲାମର ମୂଲ ଧିକ୍କାର କରିଲ

  ଖଳର ବୁଡାଇ ହଂସା।


 ବାକ୍ୟବୀର ନୁହଁ କର୍ମବୀର ହୁଅ

  ହୁଅ ଆଦର୍ଶ ଗୃହସ୍ଥ

ଯୁକ୍ତିବଳେ ଶିକ୍ଷା ଦୀକ୍ଷାକୁ ଆଦର

  କଲ ଏ ବାଣୀ କଣ୍ଠସ୍ଥ।


ଶିକ୍ଷା ହିମାଳୟ ବାଗ୍ମୀତାରେ ଅଗ୍ନି

   ନିର୍ଭୀକ ବିପ୍ଲବୀ ବୀର

ତୁମ କଥା ଶୁଣି ଶୁଭେ ଶତ୍ରୁ ବକ୍ଷୁ

   ଭୟ ଭୂକଂପର ସ୍ୱର।


ତୋଷାମତ ଲୁଚା ମାଡ଼ଖିଆ ନୀତି

   ତୁମ ପାଇଁ ଥିଲା ବିଷ 

ଜୋର ଜବରଦସ୍ତ ଆଣ ସ୍ବାଧୀନତା

  ଭୀରୁତା ନ କରି ସ୍ପର୍ଶ।


ଭୁଲିନି ମାନବ ତୁମ ବଜ୍ର ବାଣୀ

 ଦିଅ ମୋତେ ଟୋପେ ରକ୍ତ

ଯୁଦ୍ଧ କରି ଟାଣ ଶତ୍ରୁର କଳିଜା

  ଯଦି ସଚ୍ଚା ଦେଶ ଭକ୍ତ।


ତୁମେ ତ ଚରମ ନ ମାନି ନରମ

 ଚାଲିଲ ଜାପାନ ଜର୍ମାନ

 ମିତ୍ର ହିଟଲର ବନ୍ଧୁତ୍ୱେ କରିଲ

 ବନ୍ଦୀଙ୍କ ଶୃଙ୍ଖଳ ଛିନ୍ନ।


ନେତାଙ୍କର ନେତା ସାଜି ଗଢ଼ିଦେଲ

 ଆଜାଦ ହିନ୍ଦ ଫୌଜ ସେନା

ଦିଲ୍ଲୀ ଚଲୋ ଜୟହିନ୍ଦ ଧ୍ୱନିରେ

(ମଣିପୁରେ)ଉଡିଲା ତ୍ରିରଙ୍ଗା ବାନା।


ଵିଶ୍ଵଯୁଦ୍ଧ ଦୁଇ ଆମେରିକା ବୋମା

 ମାରୁଥିଲା ଯେବେ ଘନ

ଆକାଶ ମାର୍ଗରେ ଜଳିଗଲ ତୁମେ

 ନିଶ୍ଚିନ୍ନ ହେଲା ବିମାନ।


ଜାନୁୟାରୀ ମାସ ତେଇଶିରେ ଆସି

  ଅଗଷ୍ଟ ଅଠରେ ଗଲ

ତୁମକୁ ହରାଇ ଏବେବି କାନ୍ଦୁଛି

  ଭାରତ ସ୍ୱର୍ଣ୍ଣ ମହଲ।


ଆସହେ ନେତାଜୀ ଆଜିର ଦିନରେ

 ଶୁଣାଅ ତୁମର ବାଣୀ

ଭୀରୁ କାପୁରୁଷ ଯୁବ ଠାରୁ ବୃଦ୍ଧ

  ରଚୁ ସ୍ୱାଧୀନ କାହାଣୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational