STORYMIRROR

Jitendra Seth

Abstract Romance Others

3  

Jitendra Seth

Abstract Romance Others

ଆଉ କେତେ ଦିନ

ଆଉ କେତେ ଦିନ

1 min
164

କେତେ ଦିନ ଆଉ ବୁଲେଇ ବଙ୍କେଇ

ପ୍ରତାରଣା କରୁଥିବୁ

ଆଜି ନ ହେଲେବି କାଲିକୁ ନିଶ୍ଚୟ

ଦିନେ ଧରା ପଡ଼ି ଯିବୁ ।।


ଭୁଲ ମୁଁ କରିଛି ଭଲପାଇ ତତେ

ସେ କଥା ଏବେ ବୁଝୁଛି 

ମନର ବେଦନା କାହାକୁ କହିବି 

ଅନ୍ତରେ ଜଳି ମରୁଛି ।। 


ସମ୍ଭାଳି ପାରୁନି ମନର କୋହକୁ 

ହେଉଛି ପାଗଳ ପ୍ରାୟେ

କିଏ କାଳେ ମତେ କଣ କହିବେ 

ହୃଦୟ ଥରୁଛି ଭୟେ ।। 


ଛଳନା କରିତୁ କି ଲାଭ ପାଉଛୁ 

କହିଦେ ମତେ ତୁ ଥରେ 

ଗରଳ ବିଷକୁ ମୋ ଓଠେ ଢାଳୁଛୁ

ଛପା ଦେଇ ବହୁ ଦୂରେ ।। 


କେତେ ଦିନ ଆଉ ଏମିତି ଚାଲିବ 

ଧର୍ଯ୍ୟ ନାହିଁ ଆଉ ମୋର 

ମରିଯାଅ ବୋଲି କହିଦେ ତୁ ମତେ

ଛାଡ଼ି ଯିବି ଏ ସଂସାର ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract