STORYMIRROR

Jitendra Seth

Inspirational

4  

Jitendra Seth

Inspirational

ଏଇ ବରଷର ହୋଲି

ଏଇ ବରଷର ହୋଲି

1 min
8

ରାଗ ରୁସା ଆଉ ମାନ ଅଭିମାନ

ହୃଦୟରୁ ଯାଇ ଭୁଲି 

ମିଳିମିଶି ଆସ ଖେଳିବା ଭାଇ ହୋ

ଏଇ ବରଷର ହୋଲି ।।


ରାଧା କୃଷ୍ଣ ମିଶି ହୋଲି ଖେଳିଥିଲେ 

ଗୋପାଳଙ୍କ ସଙ୍ଗତରେ 

ସେଇ ଦିନଟିକୁ ସ୍ମରଣ କରିଣ

ହଜିଯିବା ଭାବନାରେ ।।


ସାତ ସୂର ପରି ସାତ ରଙ୍ଗେ ଗଢ଼ା

ଏଇ ମଣିଷ ଜୀବନ

ପରାଣ ଛାଡ଼ିଲେ ରଙ୍ଗ ଛାଡ଼ିଯିବ

ତଥାପି ଅବୁଝା ମନ ।।


କେତେ ଗର୍ବ କେତେ ହିଂସା ଅପବାଦ

କରିଛି ମନରେ ବସା

ଧନ ସଙ୍ଗେ ପାପ ଅଧର୍ମ ସଞ୍ଚୟ

ସାଜିଛି ସଭିଙ୍କ ନିଶା ।।


ଫଗୁ ର ରଙ୍ଗରେ ନିଜକୁ ରଙ୍ଗେଇ 

ଧର୍ମେ ବିତେଇବା ଦିନ 

ହୋଲିକା ଅଗ୍ନିରେ "ମୁଁ" କାରକୁ ଜାଳି 

ଗଢ଼ିବା ସ୍ଵଚ୍ଛ ଜୀବନ ।। 


ଏ ହୋଲି ପରବ ସଭିଙ୍କ ମନରେ 

ସତ୍ୟ ଶାନ୍ତି ଭରି ଦେଉ 

ରାଧା ଗୋବିନ୍ଦଙ୍କ ଅପାର କରୁଣା 

ସଭିଙ୍କ ଉପରେ ଥାଉ ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational