STORYMIRROR

Jitendra Seth

Romance

4  

Jitendra Seth

Romance

କଇଁ ଓ ଚାନ୍ଦ

କଇଁ ଓ ଚାନ୍ଦ

1 min
225

କଇଁ ସିନା ବୁଝେ ଦୂରତାର ମାନେ 

ତୁ ଅବା କାହିଁ ବୁଝିବୁ 

ଚାନ୍ଦ ଭଲପାଏ କଇଁକୁ ଯେ କେତେ

ସେ କଥା କାହୁଁ ଜାଣିବୁ ।। ୧।।


ଚାନ୍ଦକୁ ଦେଖିଲେ କଇଁ ହସି ଉଠେ 

ମନର ବେଦନା ଭୁଲି 

କେମିତିକା ସିଏ ସୂର୍ଯ୍ୟ ପରକୋପେ

ଦିନେ ଯାଉଥାଏ ଜଳି ।। ୨।।


କଅଁଳ ତନୁକୁ ରୁକ୍ଷ ଘାସପଳ 

ଘେରି ଦିଅନ୍ତି ଯାତନା 

ସେ ସବୁକୁ କଷ୍ଟକୁ ଅପଣାର କରି 

ଜାଣି ବି ହୁଏ ଅଜଣା ।।୩।।


ଝଡ଼ ଝଞ୍ଜା ସାଥେ କଠୋର ଯନ୍ତ୍ରଣା 

କଇଁ ସବୁ ସହି ଯାଏ 

ତଥାପି ବିଚାରି ସରଗ ଚାନ୍ଦକୁ 

ଅନ୍ଧି ପରି ଭଲପାଏ ।। ୪।।


ହଜାରେ ଭଅଁର କଇଁ ଆଗେ ପଛେ 

ଯେତେ ଗାଇଲେ ବି ଗୀତ 

ବାଟ ବଣା କେବେ ହୁଏ ନାହିଁ ସିଏ 

ଏକଥା ନିରାଟ ସତ ।। ୫।।


ଜାଣିଛି ଚାନ୍ଦକୁ ପାରିବନି ଛୁଇଁ 

ଜୀବନରେ କେବେ ହେଲେ 

ତଥାପି ସେ ପୁଣି ଚାହିଁ ବସିଥାଏ 

ଭାସି ଭାସି ଭବ ଜଳେ ।। ୬।।


ପାରିବୁ ଯଦି ତୁ କଇଁ ହେଇ ଥରେ 

ମତେ ଟିକେ ଭଲପା.. (ଆ) 

କଲମରେ ନୁହଁ ରକତରେ ପ୍ରିୟା 

ଲେଖିବି ମୁଁ ତୋର ନାଁ... ।।୭।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance