STORYMIRROR

Jitendra Seth

Romance

3  

Jitendra Seth

Romance

ହେବକି ପ୍ରେମିକା ମୋର

ହେବକି ପ୍ରେମିକା ମୋର

1 min
175

ତୁମରି ରୂପ ଓ ଗୁଣରେ ମୁଁ ମନ୍ତ୍ରମୁଗ୍ଧ 

ତୁମରି ବେଶଚର୍ଯ୍ୟା ମତେ ଶତତ କରେ ଆଲ୍ହାଦିତ 

ଭୁଲି ଯାଏ ମୁଁ ନିଜେ ନିଜକୁ 

ଯେତେବେଳେ ତୁମେ ମୋ ପାଖରେ ଥାଅ 

ଚଳଚଞ୍ଚଳ ମୋର ପାଗଳା ମନ 

ତୁମକୁ ପାଖରେ ପାଇବା ପାଇଁ ଅଣନିଶ୍ୱାସୀ ହୋଇଯାଏ 

ଜାଣେନା ସେଇ ମୋର ଭାବନା ସବୁ ସତ ହେବ କି ନାହିଁ 

ତଥାପି ମନରେ ବିଶ୍ବାସ ରଖି ତୁମ ପ୍ରତିଛବିକୁ ପ୍ରଶ୍ନ କରେ 

ସ୍ଵପ୍ନ ଭରା ଛାଇ ଦିନରେ ଶୋଇ 

ହେବକି ପ୍ରେମିକା ମୋର ଦିନକ ପାଇଁ...???


ଛଡ଼େଇ ନେବି ସବୁ ଦୁଃଖ କଷ୍ଟ ତୁମ ଠାରୁ

ଆଉ ଆଣି ଦେବି ତୁମ ଜୀବନରେ 

ଷୋହଳ ଫଗୁଣର ସୀମାହୀନ ହସଖୁସି

ଭରି ଦେବି ତୁମ ହୃଦୟରେ 

କୋଟି ସମ୍ପତ୍ତିର ପ୍ରେମ ପିୟୁଷ 

ପୋଛି ଦେବି ତୁମ ଲୁହଧାର ସବୁଦିନ ପାଇଁ 

ସମସ୍ତ ଦ୍ଵିଧା ଓ ଯାତନା ହସିହସି

ଅମୃତ ଭାବି ନିଶ୍ଚିନ୍ତରେ ଯିବି ପିଇ 

ଏଇ ସବୁ ପାଇଯିବ ଗୋଟିଏ ମୁହୂର୍ତ୍ତରେ 

କ୍ଷଣିକ ପାଇଁ ମୋ ପାଖରେ ରହି

ଏଇ ସବୁ ଭାବେ ନିତି ତୁମକୁ ପାଇବା ପାଇଁ 

ସ୍ଵପ୍ନ ଭରା ଛାଇ ଦିନରେ ଶୋଇ

ହେବକି ପ୍ରେମିକା ମୋର ଦିନକ ପାଇଁ...???


ସତରେ ନହେଉ ପଛକେ ସ୍ଵପ୍ନରେ ସୀମିତ 

ଏଇ ମୋର ଶାଶ୍ୱତ ପ୍ରେମ କାହାଣୀ 

କହିବି କାହାକୁ ଆଉ ତୁମେ ହେଲେ କୁହ 

ଚାରି ପାଖରେ ତ ଅସମ୍ଭବର ସୁଦୀର୍ଘ ପାଚେରୀ 

ଭାଗ୍ୟରେ ଥିଲେ ନିଶ୍ଚୟ ପାଇବି ପାଖରେ ତୁମକୁ 

ଏତିକି ବିଶ୍ବାସ ରଖି ପାଦରେ ପାଦ ମିଶେଇ 

ଚାଲିବାକୁ ଚେଷ୍ଟା କରେ ତୁମ ସହିତ

ପ୍ରତି କ୍ଷଣରେ ପ୍ରତି ମୁହୂର୍ତ୍ତରେ, 

ତୁମ ମନରେ ସଂଚାର କରିବାକୁ ଚାହେଁ 

ଟିକିଏ ପ୍ରେମ ଆଉ କିଛି ମନଲୋଭା ଭାବନା 

ହେଲେ ଯାହା ଭାବିଲେ କ'ଣ ହେବ 

କାରଣ ମୁଁ ଭାବୁଥାଏ ଓ ପଚାରୁଥାଏ

ସେଇ ସ୍ଵପ୍ନ ଭରା ଛାଇ ଦିନରେ ଶୋଇ

ହେବକି ପ୍ରେମିକା ମୋର ଦିନକ ପାଇଁ...???



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance