STORYMIRROR

Jitendra Seth

Abstract Inspirational Children

4  

Jitendra Seth

Abstract Inspirational Children

ଲୋଭରୁ ମୃତ୍ୟୁ

ଲୋଭରୁ ମୃତ୍ୟୁ

1 min
183

ଯାହା ଦେଇଛନ୍ତି ଇଶ୍ୱର ତୁମକୁ

ସେତିକିରେ ଖୁସି ହୁଅ

କ୍ଷଣସ୍ଥାୟୀ ଦ୍ରବ୍ୟେ ଏମିତି କାହିଁକି 

ଅଯଥା ମନ ବଳାଅ ।। 


ଧନ ଦଉଲତ ନୁହେଁ ଚିରସ୍ଥାୟୀ 

ନଯିବ ମଲା ସମୟେ

ମୃତ୍ୟୁ କାଳେ ବାପ ଏକାନ୍ତ ଗମନ 

ଇତିହାସ ଯାହା କହେ ।। 


ଲୋକଟିଏ ଥିଲା ଭାରି ଅଭିମାନୀ 

ଧନେ ଏକା ତାର ମନ 

ଧନ ଦଉଲତ ପାଇବାର ଆସେ 

ନିତି ସେ ଦେଖେ ସପନ ।। 


ସପନକୁ ସତ କରିବା ପାଇଁ ସେ 

ପରିଶ୍ରମ ନିତି କରେ 

ନ ଖାଇ ନ ପିଇ ଧନ ଧନ ହୋଇ 

ଭୋକରେ ପେଟକୁ ମାରେ ।। 


ଏମିତିକା ଦିନେ ସମୟ ଆସିଲା 

ହେଲା ସିଏ ପୁଞ୍ଜିପତି 

ଅଜସ୍ର ସମ୍ପତ୍ତି ପାଖରେ ପାଇଣ 

ବଦଳିଗଲା ତା ଗତି ।। 


ଆହୁରି ସମ୍ପତ୍ତି ଉପାର୍ଜନ ଆଶେ 

କୁପନ୍ଥା ନେଲା ଆଦରି 

ଆଖି ପିଛୁଳାକେ ସବୁ ହରାଇଲା 

ଉଡିଗଲା ସୁଖ ଶିରୀ ।। 


ଲୋଭ କରି ଯେଉଁ ଟଙ୍କା ରଖିଥିଲା 

ଚୋର ନେଲେ ସବୁ ଲୁଟି 

ସେଇ ଲୋଭ ପାଇଁ ଚୋରଙ୍କ ହାତରେ 

କଟିଗଲା ତାର ତଣ୍ଟି ।। 


ନ ଖାଇ ନ ପିଇ ସଞ୍ଚିଥିଲା ଯାହା 

ନିମିଷକେ ସରିଗଲା 

ଅତିଶୟ ଲୋଭ ତା ପାଇଁ କେବଳ 

ମୃତ୍ୟୁର କାରଣ ହେଲା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract