STORYMIRROR

Jitendra Seth

Inspirational Others

3  

Jitendra Seth

Inspirational Others

ବିଜ୍ଞାନ ମେଳା

ବିଜ୍ଞାନ ମେଳା

1 min
390

ଆଜି ମହକି ଫୁଟି ବସୁଛି

ଆମ ଏଇ ବିଦ୍ୟାଳୟ ପରିସର

କୁନି ବୈଜ୍ଞାନିକ ମାନଙ୍କର

ଏ ମାଟି ସାଜିଛି ଇସ୍ରୋ ବିଜ୍ଞାନଗାର


ନୂଆ ଗବେଷଣା ସାଥେ

କେତେ ନବ ଉଦ୍ଭାବନ

ଦେଖିବାରେ ଆମେ ଭଲା

ବିଜ୍ଞାନ ମେଳା ଆମ ବିଜ୍ଞାନ ମେଳା || 0 ||


ବିଜ୍ଞାନ ପ୍ରଯୁକ୍ତିବିଦ୍ୟା ସବୁଥିରେ ସୁପର୍ ଫାଷ୍ଟ୍

ଏଇ ଆମ ଭାରତ

ଚନ୍ଦ୍ର ପୃଷ୍ଠେ ପାଦ ରଖି ମଙ୍ଗଳ ଗ୍ରହ ନିରେଖି

ଉଡ଼ାଏ ବିଜୟ ନେତ


କଳ୍ପନା ଚାୱଲା ପରି ମହାକାଶ ଯାତ୍ରା କରି

ରଖିବାରେ ଆମେ ଯଶ

ଅବଦୁଲ୍ କାଲାମ୍ ପରି ହେବା ଦେଶର ଟେକ ରଖିବା

ମୁଖେ ଫୁଟାଇଣ ହସ


ହୋଇ ସତତ ଜାଗ୍ରତ

ଅସମ୍ଭବକୁ କରି ହତ

ଦେଖାଇବୁ ଆମ କଳା

ବିଜ୍ଞାନ ମେଳା ଆମ ବିଜ୍ଞାନ ମେଳା || 1 ||


ବିଜ୍ଞାନ ଦେଖାଏ ରାହା ସବୁଠାରେ ହୋଇ ସାହା

ଏ ମଣିଷ ଜାତି ପାଇଁ

କଷ୍ଟକୁ ସହଜ କରି ବିପଦରୁ କରେ ପାରି

ତା' ପରି କେହି ତ ନାହିଁ


ବିଜ୍ଞାନକୁ ସାଥି କରି ନୂଆଁ ଗବେଷଣା ଧରି

ଆଜିର ଏ କାର୍ଯ୍ୟକ୍ରମ

ଆଶ୍ଚର୍ଯ୍ୟ ଚକିତ ଲାଗେ ଦେଖି ନୂଆଁ ଆଶା ଜାଗେ

ଧନ୍ୟ ୟାଙ୍କ ପରିଶ୍ରମ


ଆମ ଉପରେ ବିଶ୍ଵାସ

ରଖିଥାଉ ଏ ସମାଜ

ଆମେ ସଫଳତ ହେଲେ ହେଲା

ବିଜ୍ଞାନ ମେଳା ଆମ ବିଜ୍ଞାନ ମେଳା || 2 ||



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational