STORYMIRROR

Brundabana Pradhan

Inspirational

3  

Brundabana Pradhan

Inspirational

ବାପା

ବାପା

1 min
212

ଦୁନିଆଁର ସବୁଠାରୁ ଅଧିକ 

ଦୁଃଖ ଯାତନା ସହି 

ମତେ ମଣିଷ କରି ଗଢି 

ତୋଳିଥିବାର ନାଁ ତ ବାପା। 

ମତେ ସୁଖରେ କିପରି 

ରଖିବାର ଅସୁମାରୀ ସ୍ୱପ୍ନକୁ 

ସାକାର କରିବାକୁ 

ପ୍ରୟାସ କରୁଥିବା ନାଁ ବାପା ।

ପ୍ରାଣପଣେ ଅସରନ୍ତି 

ଉଦ୍ୟମ କରି ସମାଜରେ 

ମଣିଷ ପରି ମଣିଷଟିଏ 

ତିଆରି କରୁଥିବା ନାଁ ବାପା। 

ସେ ନ ଖାଇ ନ ପିଇ 

ଭଲ ପୋଷାକ ନ ପିନ୍ଧି 

ମତେ ଖୁବ୍ ସ୍ୱାଦିଷ୍ଠ ଖାଦ୍ୟ ସାଙ୍ଗକୁ 

ଦାମୀ ଦାମୀ ପୋଷାକ ପରିଧାନ 

କରାଉଥିବା ନାଁ ବାପା। 

କେତେବେଳେ ଅଭାବ କଣ

ପାରେନାହିଁ ମୁଁ ଜାଣି 

ବାପା ମୋ ପାଖେ ଥିଲେ 

ଆଣିଦିଏ ସୁବର୍ଣ୍ଣର ମଣି। 

ଦୁଃଖ ସବୁ ହଜିଯାଏ 

ତାଙ୍କ ପଦିଏ କଥାରେ 

ମନ ସଦା ପ୍ରଫୁଲ୍ଲିତ ହୁଏ 

ବାପା ଥିଲେ ପାଖରେ। 

ଯାନି ଜାତରା ପିଲାଦିନେ 

ବାପା ସାଙ୍ଗେ ଦେଖୁଥିଲି କେତେ 

ଆଜି ସବୁ ମନେ ପଡେ ମତେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational