ଶୋଇଛି ସହର
ଶୋଇଛି ସହର
1 min
188
ଦିନ ଦି ପହର ଅବା
ରାତିର ଅମା ଅନ୍ଧକାରେ
ସହର ଶୋଇପଡେ
ନିସ୍ତେଜ ଭାବରେ
ଧନି ଗରିବ ମଧ୍ୟବିତ୍ତ
ସାଙ୍ଗରେ ପଡନ୍ତି ଶୋଇ
କାହିଁକି କେଜାଣି ମୁଁ
କେବେ ପାରେନି ଶୋଇ ।
ଦୁଇ ଆଖି ମୋର୍
ଦପ୍ ଦପ୍ ଜଳୁଥାଏ
ଜଳୁଥିବା ବତୀଖୁଣ୍ଟ ବତୀ ପରି
ନିରେଖୁ ଥାଏ ଖାଲି ନିରେଖୁ ଥାଏ ।
ମଣିଷର ହିଂସା କପଟ ଅହଂକାର
କେତେ ଅସହାୟ ସତେ
ନିଶାର ବନ୍ଧନରେ
ଖୁବ୍ ଦୟନୀୟ ଲାଗନ୍ତି ମତେ।