ସ୍ୱପ୍ନର ନାୟିକା
ସ୍ୱପ୍ନର ନାୟିକା
ଏତେ ଭିଡ଼ ଭିତରେ ବି
ମୋ ମାନସ ପଟରେ
ଉଙ୍କି ମାରୁଥିବା ସେ ଚେହେରା
ସତେ କେତେ ଅପାସୋରା
ସେହି କ୍ଷଣିକ ସ୍ମୃତି
ହେବ କି କାହାସଙ୍ଗେ ସରି
ସେ ମୋ ସ୍ୱପ୍ନର ଅପସରି ।
ଅଭୁଲା ସେ ଆଖି ଠାର
ନଚାଉ ଥାଏ ଭୃଳତା ବାରମ୍ବାର
ସତେ ସେ ମୋ ଅତି ଚିହ୍ନା
ତଥାପି ସେ ଅଚିହ୍ନା ପ୍ରେମିକା
ସେ ମୋ ସ୍ୱପ୍ନର ନାୟିକା ।