ରାସ୍ତା
ରାସ୍ତା
ଅସରନ୍ତି ରାସ୍ତାର ମୁଁ ତ
ଏକ ନିଃସଙ୍ଗ ପଦାତିକ
ଅଥଚ ମୋ ନୈପଥ୍ୟରେ
ଆସନ୍ତି ଯାଆନ୍ତି ଅନେକ।
ରାସ୍ତା ସରେ ନାହିଁ ସରେ ନାହିଁ ମନ
ଯିବାପାଇଁ ଆଗକୁ ବ୍ୟାକୁଳ ଜୀବନ
କେବେ ପହଞ୍ଚିବି ସେ ଗନ୍ତବ୍ୟ ସ୍ଥଳକୁ
ଆସିବ ସେ ଦିନ କେବେ ଏ ଜୀବନକୁ
ଦୁର ଦୀଗବଳୟ ଝାପସା ଦିଶୁଥାଏ
ରାସ୍ତା ଅତିକ୍ରମି ଆୟୁ ସରି ଯାଏ
ରାସ୍ତା ଦେଖିଛିମୋ ଶୈଶବ ଯଉବନ
ଲକ୍ଷ୍ୟ ଉଦ୍ଦେଶ୍ୟରେ ବ୍ୟାକୁଳ ଏ ମନ
ସେଇ ଲମ୍ବା ରାସ୍ତା ଲଂଘିବି କିପରି
ଦିନ ରାତି ମାସ ବର୍ଷ ଯାଏ ସରି
ଏକମାତ୍ର ରାସ୍ତାରୁ ପ୍ରଭୁକର ପାରି
ବିଭୂଙ୍କ ଦୟାରୁ ରାସ୍ତା ଯାଉ ସରି ।
