ସେ ଚେହେରା
ସେ ଚେହେରା
ଏତେ ଭିଡ଼ କୋଳାହଳ ଭିତରେ
ଏକା ସେଇ ଚେହରା
ବାରମ୍ବାର ମତେ କାହିଁକି କେଜାଣି
ଘାଣ୍ଟି ଚକଟୁ ଥାଏ ।
ସତେ ଯେମିତି ମୋର
ଆଉ ଥୟ ନ ଥାଏ
ବର୍ତ୍ତିବାର ଉପାୟ ନ ଥାଏ
ମରୁଭୂମିର ମରିଚିକା ପ୍ରାୟେ ।
ମନ ଭିତରକୁ ଖୁମ୍ପି
ପକାଉଥିବା ସେ ଚେହରା
ଭିନ୍ନ ଏକ ସ୍ୱପ୍ନ କୁ ନେଇ
ହଜି ଯାଇଛି ସେ ଶୂନ୍ୟରେ ।
ଶୂନ୍ୟତାର ସବୁଜିମା ରେ
ଚେହେରା ତାର ଘୁରିବୁଲେ
ମୋର ଏକା ଜୀବନରେ
ପ୍ରାଣରେ ମନରେ ସ୍ପନ୍ଦନ ରେ ।।