STORYMIRROR

Abhiram Sahoo

Romance

3  

Abhiram Sahoo

Romance

ସଂପର୍କର ଚିହ୍ନା ସମୟ

ସଂପର୍କର ଚିହ୍ନା ସମୟ

1 min
179

ସମୟର ଏକ ଚିହ୍ନା ବେଳାରେ

ଏମିତି କେମିତି ଯେ ଅଚିହ୍ନା ହେଲ

ଆମେ ଭସେଇଥିବା କାଗଜଡଙ୍ଗା 

ଲବଙ୍ଗଦ୍ବୀପ ନଛୁଉଁଣୁ 

କେଉଁ ଅଜଣା ଦ୍ବୀପରେ ଅଟକି 

ଲବଙ୍ଗ ବେପାର କଲ

ଗୀତର ଲହରରେ ସଂପର୍କର ଇନ୍ଦ୍ରଧନୁ

ଏଯାଏ ଦୋଳି ଖେଳୁଛି ମୋ ଭିତରେ

ତମେ କେମିତି ଯେ ସୁରରୁ ଛିଟିକି

ଜୀବନର ଗଣିତ ଖାତାରେ ଆଉ କାହା 

ଅଟୋଗ୍ରାଫ୍ ସାଥେ ସେଲ୍ଫିରେ ସେଲ୍ଫି ରେ 

ବାଟ ଭାଙ୍ଗିଗଲ !


ଏମିତି ବି ଅଚିହ୍ନା ହୋଇପାରେ 

ସଂପର୍କର କୁଆଁପତ୍ର,

ମିଛ ହୋଇଯାଏ 

ଶ୍ରାବଣ ସଂଜର ନିଛାଟିଆ ଓଳିତଳ, 

ଲୁଚକାଳିର ରୋମାଞ୍ଚ,ରାତିରାତି ଗପ, 

ସୋରିସୋରି ସ୍ବପ୍ନ,ମିଛ ବି ହୋଇଯାଏ ‐

ସଂପର୍କର ସୁଲୁସୁଲୁ ମଳୟ ପବନ !


ସମୟର ଏକ ଚିହ୍ନା ବେଳାରେ

ଏବେ କାହିଁକି

ଅତୀତର ଚିହ୍ନାମୁହଁ 

ଦୋ' ଦୋ' ଚିହ୍ନା...ନିହାତି ଅଚିହ୍ନା,

ସଂପର୍କର ଜହ୍ନ ହସିଲେ ବି

ସ୍ମୃତିର ଜହ୍ନିଲଟାରେ ଅସରନ୍ତି ଛଳନା !


ସମୟର ଏ କେମିତି ଯେ ଏକ ଚିହ୍ନାବେଳ !

ସ୍ମୃତିର ସୂତାରେ ଗୁନ୍ଥା 

ସଂପର୍କର ମୋତିମାଳ...ଡହଳ ବିକଳ ! !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance