STORYMIRROR

Amit Bal

Romance

3  

Amit Bal

Romance

ଧୂସର ମାଟିର ଶୂନ୍ୟ ଅଗଣା

ଧୂସର ମାଟିର ଶୂନ୍ୟ ଅଗଣା

1 min
51

ପ୍ରେମ ଆସେ ଜୀବନରେ ରକ୍ତ ସାଥେ ମିଶି ଯିବାକୁ

      ସ୍ପନ୍ଦନ ହୋଇ ହୃଦୟରେ ନେସି ଯିବାକୁ

ଜୀବନ ଶେଷ ହୋଇ ଯିବା ପୂର୍ବରୁ

       ପୁଣି ଥରେ ମନଭରି ଜୀଇଁ ଯିବାକୁ........


ପ୍ରେମ ଏକ ସର୍ତ୍ତହୀନ ସଂପର୍କ

    ଯେଉଁଠି ହୁଏ ଲୁହ ଆଉ ହସର ଆତଯାତ

ସବୁ କିଛି ମିଛ ଜାଣି ବି ମନ କହେ ଚିରନ୍ତନ ସତ,

କେଉଁ ଅଜଣା ଅଶୁଣା ଲୋକ ପାଇଁ

         ଆନ୍ଦୋଳିତ ହୁଏ ଏ ଅବୁଝା ମନ,

ଅଜସ୍ର ଅଭିପ୍ସାକୁ ହୃଦୟରୁ ପୋଛି ଦେଇ

           କେବଳ ଦେଖେ ତା'ରି ସପନ ........


କିନ୍ତୁ ସତରେ କ'ଣ ପ୍ରେମ

    ପଥରର ହୃଦୟରେ ଲୁଚି ଥିବା

               ହଜିଲା ଠିକଣା,

ଆଉ ମଣିଷର ଚିନ୍ତାଧାରା

    ପାଦ ତଳୁ ଖସି ଯାଉଥିବା

        ଧୂସର ମାଟିର ଶୂନ୍ୟ ଅଗଣା......!!!

              



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance