Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mahendra Kumar Pradhan

Romance

3  

Mahendra Kumar Pradhan

Romance

ପ୍ରେମପତ୍ର

ପ୍ରେମପତ୍ର

1 min
25


ପ୍ରେମ ସୁରଭିରେ ରଞ୍ଜିତ ଚିଠି 

ଯୋଜନ ଯୋଜନ ଅତିକ୍ରମ କରି 

ମଧୁର ମଧୁର ବାସେ 


ଯେତେ ଗୁପ୍ତଧନ କରି ରଖିଲେ ବି

ନିନ୍ଦା ଅପବାଦ ଚଉଦିଗ ଚହଟି 

ଲୋକମୁଖରେ ଭାସେ ।


ପାରା ହାତେ ଦେଇ 

ପ୍ରେମ ପତ୍ର ବାଢ଼ି 

ରୂପସୀ ରାଜକୁମାରୀ ଏକା 


ଅଭିସାରିକା ସେ ଚଞ୍ଚଳମତି 

 ପ୍ରିୟ ରାଜକୁମାର ସହ 

ଗୁପ୍ତସ୍ଥାନେ କରେ ଦେଖା ।


ଡାକବାଲାର ଆସିବା ବାଟକୁ 

ସତୃଷ୍ଣେ ଅନାଇ ଗ୍ରାମର ତରୁଣୀ 

ବାଟରୁ ହିଁ ମାଗିନିଏ 


ତାର ପ୍ରିୟତମ ଦେଇଥିବା ପତ୍ର

ଗୋପନେ ପଢି ବସି ନିରୋଳାରେ

ପତ୍ରକୁ ଅୟୁତ ଚୁମ୍ବନ ଦିଏ ।


ବିରହି ଘରଣୀ ଛଟପଟ ହୋଇ

ପ୍ରିୟ ଲେଖା ପତ୍ରକୁ ଅପେକ୍ଷି 

ଅନିଦ୍ରାରେ ରାତି ଦିନ ଗଣୁଥାଏ 


ଦାଦନ ଶ୍ରମିକ ହୋଇ ଯାଇଥିବା

ଜୀବନ ସାଥୀ ପତ୍ରକୁ, ତାହାର 

ପ୍ରାଣ ଠାରୁ ପ୍ରିୟ ମଣୁଥାଏ ।



Rate this content
Log in

Similar oriya poem from Romance