ମୁଁ ହେଇ ଯାଆନ୍ତି
ମୁଁ ହେଇ ଯାଆନ୍ତି
ମୁଁ ହେଇ ଯାଆନ୍ତି
ଶଙ୍ଖାରି
କେବଳ ସେଇ ଦିନ ମାନଙ୍କରେ
ତୁମେ ଯେଉଁ ଦିନ
ଇଚ୍ଛା କର ପିନ୍ଧିବାକୁ ଶଙ୍ଖା
ଆଉ ଲମ୍ବେଇ ଦିଅ
କମଳ ପରି କୋମଳ
ହସ୍ତ ଯୁଗଳ
ଶଙ୍ଖାରୀ ହସ୍ତକୁ
ବିନା ସଂକୋଚରେ ।
ବାରି ବାରି
ଯତନ କରି
ବଛା ବଛା ଶଙ୍ଖା
ପିନ୍ଧେଇ ଦିଅନ୍ତି
ଶ୍ରୀ ହସ୍ତ ଧରି ।
ପୁନଶ୍ଚ
ମୁଁ ହେଇ ଯାଆନ୍ତି
ବିଉଟି ପାର୍ଲର ର
ମେକ୍ ଅପ୍ ମ୍ୟାନ୍
ସଜାଡ଼ି ଦିଅନ୍ତି
ତୁମ ଲମ୍ବା ଲମ୍ବା କେଶ ରାଜିକୁ
ଅତ୍ୟାଧୁନିକ ବେଶେ
ଘଷି ଦିଅନ୍ତି
ପ୍ରସାଧନ ଲେପନ
ବାସ ଚନ୍ଦନ
ଶ୍ରୀ ମୁଖ ମଣ୍ଡଳେ ତଥା
ଗ୍ରୀବା ତଳ ପୃଷ୍ଠେ ଆଉ
ସମଗ୍ର ଗ୍ରୀବାଦେଶେ ।
ଆଉ ତାପରେ
ତୁମେ ବି ନିଶ୍ଚିତ ଅନୁଭବ କରନ୍ତ ଯେ
ପାଦ ତୁମ ହେଇ ଯାଇଛି
କମଳ ରୁ କୋମଳ
ଓଠ ତୁମ ଓଠ ନୁହେଁ
ସଦ୍ୟଫୁଟା ଗୋଲାପ କଢ ,
ଗାଲଦ୍ୱୟ ଗାଲ ନୁହଁ
ନୀଳ ସରୋବର ଉଭା
ନୀଳପଦ୍ମ କଢ
ଗୋରା ତକ୍ ତକ୍
ଗ୍ରୀବା ପରେ
ଏଇ ଅପୂର୍ବ ମୁଖମଣ୍ଡଳ
ପୂର୍ଣ୍ଣମୀ ଚାନ୍ଦରୁ
ଅଧିକ ଶୁଭ୍ର ଅଧିକ ଉଜ୍ଜ୍ବଳ ।
ଜାଣିଛ
ଏତେ ସବୁ ଯାଦୁକରୀ ପ୍ରଭାବ
ର ମୂଳ
ମୋ ହୃଦ କନ୍ଦର ର
ରାଧା କୃଷ୍ଣ ଭାବ ।
ସତରେ ମୁଁ ହେଇ ଯାଆନ୍ତି