STORYMIRROR

Mahendra Kumar Pradhan

Fantasy Others

4  

Mahendra Kumar Pradhan

Fantasy Others

ଗ୍ରୀଷ୍ମ ଅନୁଭୂତି

ଗ୍ରୀଷ୍ମ ଅନୁଭୂତି

1 min
8

ସପ୍ତଶଯ୍ୟା ର ସବୁଜ ଉପତ୍ୟକାରେ

ପ୍ରଚଣ୍ଡ ଗ୍ରୀଷ୍ମର ବିଭୀଷିକା 

ସପ୍ତସିନ୍ଧୁର ପ୍ରଶାନ୍ତ ବକ୍ଷରେ 

ଅଶାନ୍ତ ଢେ଼ଉ ର ବିଭୀଷିକା 

କେଉଁଠି ଜଳୁଛି ସବୁଜିମା 

ତ କେଉଁଠି ଜଳୁଛି ନୀଳିମା 

ପୃଥିବୀର ପ୍ରତ୍ୟେକ ପ୍ରଶ୍ୱାସରେ 

ଖାଲି ତତଲା ଧୂଆଁ 

କେମିତି ବା ସମ୍ଭାଳିବ ଧରଣୀ 

ଏତେ ତାତି ,ଏତେ ବ୍ୟାକୁଳତା ?

କିଏ ବା ଶୁଣୁଛି ଏଠି 

ଫଟା ଦଦରା ବିଲ ମାଟିର 

ଆର୍ତ୍ତ ଚିତ୍କାର,

ଜଳନ୍ତା ଶିମିଳିପାଳ କୋଳରେ

ଅଦୃଶ୍ୟ ହାହାକାର?

ତଥାପି

ପ୍ରକୃତିର ଋତଚକ୍ରରେ 

ଗ୍ରୀଷ୍ମ ର ଆଗମନ 

ନେଇ ଆସେ ଅନୁଭୁତିରେ 

ନିଆରାପଣ 

କୋଇଲି ର କଣ୍ଠଧ୍ଵନି 

ଆମ୍ବ ବଉଳ ର ସୁଗନ୍ଧ 

ସାଥୀ ମେଳେ ଆମ୍ବ ତୋଟା ରେ

ପାଚିଲା ଆମ୍ବ ର ଗନ୍ଧ 

ପୋଖରୀ ତୁଠରେ 

ମହୁମାଛିର ଘର 

ସବୁ ଲାଗେ ଭାରି ଆପଣାର। 

ବହି ବସ୍ତାନି ରେ ତାଲା ପକାଇ 

ମସ୍ତି ପାଇଁ ଆକୁଳେ ଧାଏଁ ରେ 

ମାମୁଁ ଘର ମୋର ସରଗପୁର।

ଗ୍ରୀଷ୍ମ ର ତାତି 

କାଳବୈଶାଖୀ ର ତାଣ୍ଡବ 

ଗଛ ଉପୁଡ଼ି ଯାଏ

ଚାଳଘର ଉଜୁଡ଼ିଯାଏ 

କେତେ କ୍ଷୟ କ୍ଷତି 

ହେଲେ ତା ପରେ 

ସପ୍ତବର୍ଣ୍ଣା ଇନ୍ଦ୍ରଧନୁରେ ଶୋଭେ 

ଆକାଶ ର ଛାତି 

ମୃଦୁ ବହେ ମଳୟ ପବନ 

ଆଃ ! କି ମଧୁର ଏ ଗ୍ରୀଷ୍ମ ଅନୁଭୂତି। 


 



Rate this content
Log in

Similar oriya poem from Fantasy