STORYMIRROR

Mahendra Kumar Pradhan

Fantasy

4  

Mahendra Kumar Pradhan

Fantasy

ମନ ଝରଣା

ମନ ଝରଣା

1 min
15

ନିର୍ମଳ ମନର ଝରଣା ପାଣିରେ 
ମଳିନ ଦିଶୁଛି ମୁହଁର ଛାଇ 
କାହିଁକି?
ଆଖି ମୋର ପରିଷ୍କାର ନାହିଁକି ?

ପୁନେଇଁ ଜହ୍ନର ଉଜଲ ମୁହଁରେ 
କଳାଜାଈ ଟୀକା ଲାଗି ନାହିଁକି ?
ନଜର ଗଲାଣି ପଡ଼ି । 
ଡାହାଣୀ ମାନେ 
କରିଦେଲେଣି ବାଇ ।
ଧୈର୍ଯ୍ୟ ଧାରଣ
କରିଥାରେ ମନ 
ଶରତ ଆସିବା ଯାଏ 
ନଦୀ ଗୋଳିଆ ପାଣି 
ପରିଷ୍କାର ହେଇଯିବ 
ଦେଖିବୁ ଆପଣ ଛାଏଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy