STORYMIRROR

Panchanan Jena

Fantasy

4  

Panchanan Jena

Fantasy

କି'ଏ ପଚାରେ ?

କି'ଏ ପଚାରେ ?

1 min
15


ପ୍ରେମ ବେଳେ ବେଳେ ଦୁଇ ଚାରି ପଦ

କଥା ବାର୍ତ୍ତାରୁ ଗଜୁରି ଥାଏ

ରୂପ ଯୌବନ କଥା କିଏ ପଚାରେ


ସ୍ନେହ ବେଳେ ବେଳେ ଦୁଇ ଚାରି ଥର

ଆଳାପ ମେଳାପରୁ ଅଙ୍କୁରି ଥାଏ

ଧନ ସମ୍ପଦ କଥା କିଏ କୁହେରେ


ମନ ବେଳେ ବେଳେ ଚୋରି ହୋଇ ଯାଏ

ଦୁଇ ଚାରି ଥର ଆଖି ଇଶାରାରେ

ସୁନ୍ଦରୀ ଚଂପାଗୋରୀ କଥା କିଏ ଦେଖେରେ


ଭଲ ପାଇବା ବେଳେ ବେଳେ ଦୁଇ ଚାରିଥର

ଦେଖା ସାକ୍ଷାତରେ ବସା ବାନ୍ଧେରେ

କନକଗୋରୀ ନାକକାନ୍ଦୁରୀ କଥା କିଏ ଶୁଣେରେ


ଜୀବନ ସାଥୀ ବେଳେ ବେଳେ ଦୁଇ ଚାରି ଥର

ମିଟିଙ୍ଗ୍ ଇଟିଙ୍ଗ୍ ଚାଟିଙ୍ଗ୍ ରେ ସେଟ୍ ହୁଏରେ

ଦୁଇଟା ଛୁଆର ମା' କଥା କିଏ ମାନେରେ


ମନ ମଇନା ବେଳେ ବେଳେ ଦୁଇ ଚାରି ଥର

ଡେଟିଙ୍ଗ୍ ମେଟିଙ୍ଗ୍ ରେ ଦାନା ବାନ୍ଧେରେ

ଉଆଁସୀ ବା ବିଧବା କଥା କି'ଏ ମଣେରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy