ଆଉଜି ପଡ଼ିବ ଚୁପକିନା
ଆଉଜି ପଡ଼ିବ ଚୁପକିନା
ନ ହୁଅ ଆତୁର
ଭଲ କାମ କର
ବହୁଥିବା ପାଣି ପରି ନିରନ୍ତର ।
ନ ହୁଅ କାତର
ପରୋପକାର କର
ଝରଣାର ସ୍ୱଚ୍ଛ ନିର୍ଝର ପରି
ଶୀତଳ ମନୋମୁଗ୍ଧକର ।
ନ ହୁଅ ଚତୁର
ଅନ୍ନ ଦାନ କର
ଗରିବ ପେଟକୁ ମୁଠେ ଦୁଇ ମୁଠି
ଭାତର ବ୍ୟବସ୍ଥା କର ।
ନ ହୁଅ ମଧୁର
ମଞ୍ଜିରୁ ଗଛ ପରା ଗଜୁରେ
ଥରକୁ ଥର
ସମୟ ଆସିଲେ ଅଙ୍କରୋଜଗମ
ହେବାକୁ ସୁଯୋଗ ମିଳେ
ଋତୁ ପରେ ଋତୁ ଅନୁସାର ।
ଦିଶିବ ଦର୍ଶନଗ୍ରାହୀ
କଚଡ଼ା ମଇଳା ସବୁ ଆବର୍ଜନା
କାଠି କୁଟା କୁଢ କୁଢ ଅସନା
ଆପେ ଆପେ ପାଖକୁ
ଆଉଜି ପଡ଼ିବ ଚୁପକିନା ।
ପାଣି ସୁଅରେ ଠେଲି ପେଲି କୂଳକୁ
କେମିତି ଜାକି ଜୁକି ଗୋଟେ ଆଡକୁ
ଅଳିଆ ସବୁ ଗୋଳିଆ
ପଚା ସଢା ସବୁ ଗନ୍ଧୁଆ
ଯମିଥିବ କୋଣେ ଏକାକୀ ମନକୁ ।
