STORYMIRROR

Panchanan Jena

Inspirational

4  

Panchanan Jena

Inspirational

ଖୁସି ଠିକଣା

ଖୁସି ଠିକଣା

1 min
0

କବିତା - ଖୁସି ଠିକଣା
ରଚନା - ପଞ୍ଚାନନ ଜେନା
 ତାରିଖ -୦୪-୦୪-୨୦୨୬
 ++++++++++++++++++
 କହିଲ ଦେଖି
ବେଶି ପରିଶ୍ରମ କଉଁଥିରେ
ଅନ୍ନ ବଞ୍ଜନ ରାନ୍ଧିବାରେ ନା ଖାଇବାରେ
 ଅନ୍ନ କମେଇବାରେ ନା ଫଳେଇବାରେ
 ଅନ୍ନ ଫୋପାଡିବାରେ ନା ଦାନ କରିବାରେ

 ଭାବିଲ ଦେଖି
ବେଶି ଖୁସି କଉଁଥିରେ
ବୋଉ ହାତ ରାନ୍ଧଣାରେ ନା ନିଜ ହାତରେ
 ବୋଉ ବଢ଼ା ପରଶାରେ ନା ବଳେଇ ଖୋଏଇ ବାରେ
ବୋଉ ସ୍ନେହ ଶ୍ରଦ୍ଧାରେ ନା ରାଗ ରୂଷାରେ

 ଚିନ୍ତିଲ ଦେଖି
 ବେଶି କଷ୍ଟ କଉଁଥିରେ
 ବାପା ଝାଳ ବୁହେଇବାରେ ନା ପୋଛିବାରେ
 ବାପା ଦିନ ରାତି ଖଟିବାରେ ନା ଉଡ଼େଇବାରେ
ବାପା କମାଣିରେ ନା ଫୁର୍ତ୍ତି ମଉଜ ମଜଲିସରେ
ବାପା ଖଟରେ ଶୋଇବାରେ ନା ହୋଟେଲରେ ଖାଇବାରେ

 ଅନୁଭବିଲ ଦେଖି
 ବେଶି ଫାଇଦା କଉଁଥିରେ
 ଚଷା ପୁଅ ଫସଲ କାଟିଲା ବେଳେ ନା ଅମଳ ବେଳେ
 ମାଟିର ମଣିଷ ସାଜି ଚଷିଲା ବେଳେ ନା ଉପାସେ ଶୋଇଲା ବେଳେ ମାଟି ମଟାଳରେ ଲଙ୍ଗଳ ବେଳେ ନା ଆତ୍ମହତ୍ୟା କରିଲା ବେଳେ

 ଜାଣିପାରିଲ ଦେଖି
ପ୍ରେମ କରିବା ବେଶି ନା ଆଶା କରିବା ବେଶି
 ମନ ଦେବା ନେବା ବେଶି ନା ପ୍ରତିଦାନେ ମାଗିବା ବେଶି

 ବେଶି ପାଇବାକୁ ହେଲେ
ଅଳ୍ପରେ ସନ୍ତୁଷ୍ଟ ହେବା ହିଁ ଶାନ୍ତି ପ୍ରଶାନ୍ତି
ବୋଉ ବାପା ପରି ଦେବାରେ ହିଁ ଗ୍ରହଶାନ୍ତି
କୃଷକ ପରି ବାଣ୍ଟିବାରେ ପାଳିବାରେ ହିଁ ଦେବଶାନ୍ତି


Rate this content
Log in

Similar oriya poem from Inspirational