STORYMIRROR

Panchanan Jena

Tragedy

4  

Panchanan Jena

Tragedy

ଦେଇ କି ପାରିବ ?

ଦେଇ କି ପାରିବ ?

1 min
1

କବିତା - ଦେଇ କି ପାରିବ?
ରଚନା - ପଞ୍ଚାନନ ଜେନା
ତାରିଖ -୦୧-୦୪-୨୦୨୬
 ++++++++++++++++
 କାନ୍ଥର ଚିତ୍ରରୁ ରଙ୍ଗ ଛାଡ଼ିଲାଣି
 ସ୍ୱାଭିମାନୀ ପଟୁଆର ସହ କେତେ ବା ଜଳିବ
 ଅସ୍ମିତାର ବର୍ଣ୍ଣବୋଧକୁ କେତେ ବା ଅଣ୍ଡାଳିବ
 ଖୋଳପା ଭିତରୁ ବାହାରି ପାରୁନି
 ମାରିନେଲେ ମହାପାତ୍ରେ ଗୁଣରେ
 ଆଜି ବି ଫମ୍ଫା ଆଦର୍ଶ ଘୁଣ ଖାଇଲାଣି

 ସବୁଠାରେ ଅଭିନୟ ଜାରି
 ବେପରୁଆ ଓଡିଆ ମାନେ କେବଳ ଆଭାରି
ଆଜିର ଦିନରେ
 ପୂର୍ବଶୂରୀମାନଙ୍କ ପଟୋଚିତ୍ରରେ
ଫୁଲମାଳ ଗଳେଇ ଦେଇ କାମ ଦେଲେ ସାରି

 ବନ୍ଦେ ଉତ୍କଳ ଜନନୀ
 କେବଳ ଉଚ୍ଚାରଣରେ ସୀମିତ
ଆଚରଣରେ ଚରଣ ଚୁଟିଆ ଗୁଣ ଦିଶେ ସବୁରୀ

 ଗୁମୁରି କାନ୍ଦୁଛି ଆମ ଓଡିଶା ମା' ଓ ମାଟି
 ଆଉ ମାଟି ମଟାଳର ମଣିଷ
ଦାଦନ ଖଟିବାକୁ ବାଧ୍ୟ ହେଇଛି
 ଛାଡ଼ି ଜନ୍ମଭୂମୀର ସବୁ ମାନ ସମ୍ମାନ ଅବଶୋଷ

 ଶତାବ୍ଦୀ ତଳର ଅନ୍ଧାର କେବେ ହଟିବନି କି?
ଆଲୁଅଭରା ଶୁଭ ସକାଳ ଆଉ କେବେ ଉଇଁବନି କି?
ଶଙ୍ଖ ହୁଳୁହୁଳିରେ ଆଉ ଦାଣ୍ଡ ଦୁଲୁକି ଉଠିବନି କି?
ବଡ଼ ଦେଉଳର ପତିତପାବନ ବାନା
 ଫରଫର ହୋଇ ଆଉ ଉଡିବନି କି?

 ସମୟ ଅଲବତ୍ ପ୍ରଶ୍ନ କରିବ
 ବୟସ ହିସାବ ନିକାସ ମାଗିବ
ଇତିହାସ ତର୍କ ବିତର୍କ କରି ଲେଖିବ
 ଓଡିଆ ଜାତିର ଗୌରବମୟ କଥା ଶୁଣିବ
 ଓଡ଼ିଆ ଭାଷାର ଶାସ୍ତ୍ରୀୟ ଗାଥା ଅବଶ୍ୟ ବଖାଣିବ

 ମନରେ ପ୍ରାଞ୍ଜଳ ସନ୍ଦେହର ଅବକାଶ
ଆଜିର ଏ ଓଡ଼ିଆ ଜାତି ଉତ୍ତର ଦେଇ କି ପାରିବ?


Rate this content
Log in

Similar oriya poem from Tragedy