କପାଳ ଶିରୋମଣୀ
କପାଳ ଶିରୋମଣୀ
କବିତା - କପାଳ ଶିରୋମଣୀ
ରଚନା - ପଞ୍ଚାନନ ଜେନା
ତାରିଖ -୦୯-୦୪-୨୦୨୬
++++++++++++++++
କହିବି କି ନାହିଁ
ଭାରି ଲାଜ ଲାଗୁଛି
ନାକ ପୁଡ଼ାରେ ନିଃଶ୍ୱାସ ଧାଉଁଛି
ବନ୍ଦେ ଭାରତ ଏକ୍ସପ୍ରେସ ପରି ସାଇଁ ସାଇଁ
ଆଜି ପର୍ଯ୍ୟନ୍ତ ଅଜଣା ରହିଗଲି
ଅଶୁଣା ମୁର୍ଖଣା କହିପାର ମାନିନେଲି
କାହିଁକି ଶୁଣିବ କି ପଦେ ଅଧେ ଖାଲି
ତୁମର ସେହି ପୋଟଳଚିରା
ଆଖିର ଇଷାରା କୁହ
ତୁମର ସେହି ଲକ୍ଷେହୀରା
ମୁରୁକି ହସର ପସରା କୁହ
ତୁମର ସେହି ହଂସଗାମିନୀ
ଚପଳ ଛନ୍ଦ ଚାଲି ଚଳଣ କୁହ
ସବୁ ମୋ ପାଇଁ ଅପୂର୍ବ ଅଫୁରନ୍ତ
ବୃନ୍ତରେ ଖଚିତ କଳିକା ପରି ସୁମନ୍ତ
ଯେବେ ଯେବେ ତୁମଙ୍କୁ ଦେଖୁଥିଲି
ଅପଲକ ନୟନରେ
ଦେଖୁ ତ ଥିଲି ନୟନ ପ୍ରସାରୀ
ଖାଲି ପିଇ ଯାଉଥିଲି ଭାବ ମଞ୍ଜରୀ
ସ୍ଥାନ କାଳ ପାତ୍ରକୁ ମାରି ଜଞ୍ଜିରି
ସବୁ ପରିସ୍ଥିତିକୁ ଭୂଲି ଯାଉଥିଲି ଆମ୍ର ମଞ୍ଜରୀ
ତୁମ କାନ ଝୁମୁକାର ଆଭାସି ଆଭା
ତୁମ ଗଭା ଗଜରାର ପ୍ରଭାବି ପ୍ରଭା
ତୁମ ଗୋଲାପି ଉଠର ନରମ ବିଭା
ତୁମ ନାଲି ଟିକିଲିର ନୀରବ ଶୋଭା
ଲାଗୁଥିଲା
ଏହି ସମସ୍ତେ ମୋତେ ପାଗଳ କରିବାକୁ
ଚକ୍ରାନ୍ତ କରିଛନ୍ତି ମିଳିତ ଜନମଞ୍ଜ ସଭା
କିନ୍ତୁ ସବୁଠାରୁ ବେଶି ଦୋଷ ଦେବି ଜଣକୁ
ତୁମ କପାଳ ଶିରୋମଣୀ ଛୋଟ ଟିକିଲି ରାଣୀକୁ
ଛୋଟ ହେଲେ ହେଁ ଭାରି ଚିକ୍କଣ ଚହଟ
ଭୂଲତା ମଧ୍ୟରେ ବିରାଜେ ଥାଟ ଆକଟ
ଷୋହଳ ଶୃଙ୍ଗାର ମାରିବ ଲମ୍ବା ଚମ୍ପଟ
ଦେଖି ତାର ଛଇ ଛଟକ ମଟକ କଟକଟ

