STORYMIRROR

Panchanan Jena

Inspirational

3  

Panchanan Jena

Inspirational

ସମ୍ପର୍କ ସେତୁ

ସମ୍ପର୍କ ସେତୁ

1 min
0

କବିତା - ସମ୍ପର୍କ ସେତୁ
 ରଚନା - ପଞ୍ଚାନନ ଜେନା
ତାରିଖ -୦୫-୦୪-୨୦୨୬
+++++++++++++++++
 ସଂପର୍କର ମୃତ୍ୟୁ କାହିଁ ଯେ
ଯେତେ ସରଳ ସେତେ ଆର୍ତ୍ତନାଦ
 ଯେତେ ଗରଳ ସେତେ ଆଶିର୍ବାଦ

 ସଂପର୍କର ଆତ୍ମହତ୍ୟା ଅସମ୍ଭବ ଯେ
ଯେତେ ତରଳ ସେତେ ଫାସିବାଦ
ଯେତେ ସରଳ ସେତେ ସାମ୍ୟବାଦ

 ସଂପର୍କର ଅଂଶୁଘାତ ନାହିଁ ଯେ
 ଯେତେ ନିବିଡ଼ ସେତେ ନାଜିବାଦ
ଯେତେ ଜଡ଼ ସେତେ ସମାଜବାଦ

 ସମ୍ପର୍କର ଡବଲ କଟି ନୁହଁ ଯେ
ଯେତେ ମଞ୍ଜୁଳ ସେତେ ବାଦ ବିବାଦ
 ଯେତେ ଚଟୁଳ ସେତେ ବିରୋଧ ମୁର୍ଦ୍ଧାବାଦ

 ସମ୍ପର୍କର ହରଣ ଶରଣ ମାନ୍ୟନୁହଁ ଯେ
ଯେତେ କରାଳ ସେତେ ଜିନ୍ଦାବାଦ
ଯେତେ ବରାଳ ସେତେ ଶଙ୍ଖନାଦ

 ସମ୍ପର୍କର ଭାଗଶେଷ ଆକଳନ କୁହ ଯେ
ଯେତେ କ୍ଷୀର-ନୀର ସେତେ ବସ୍ତୁବାଦ
ଯେତେ ଧୂଳି- ଧୂସରିଆ ସେତେ ତୁର୍ଯ୍ୟନାଦ

 ସମ୍ପର୍କର ମହାବାତ୍ୟା ସୁନାମୀ କାମ୍ୟ ନୁହଁ ଯେ
 ଯେତେ ପଦ୍ମ ଫୁଲିଆ ସେତେ ଅଧିକ ନୀତିବାଦ
ଯେତେ ପଙ୍କ ଗାତୁଆ ସେତେ ଅଧିକ ଦ୍ୱନ୍ଦ ବିବାଦ

 ସମ୍ପର୍କ କେବଳ ଗୋଟିଏ ଧାରାର
ମନ ସହିତ ମନର
ମଣିଷ ସହିତ ମାନବର
 ମାନବ ସହିତ ମହାମାନବର
 ମହାମନିଷୀ ସହିତ ଆତ୍ମା ପରମାତ୍ମାର
 ବ୍ରହ୍ମ ସହିତ ପରବ୍ରଂମ ପରମେଶ୍ଵରଙ୍କର

 ଆଉ ଯେତେ ସବୁ ସମ୍ପର୍କ ସ୍ଵାର୍ଥ କୌନ୍ଦ୍ରୀକ
 ଅଢ଼େଇ ଦିନିଆ ଲୋକ ଦେଖାଣିଆ ଐନ୍ଦ୍ରଜାଲିକ


Rate this content
Log in

Similar oriya poem from Inspirational