STORYMIRROR

Panchanan Jena

Inspirational

3  

Panchanan Jena

Inspirational

ଦୃଷ୍ଟିର ଅର୍ଭିବ୍ୟକ୍ତି

ଦୃଷ୍ଟିର ଅର୍ଭିବ୍ୟକ୍ତି

1 min
0

କବିତା - ଦୃଷ୍ଟିର ଅଭିବ୍ୟକ୍ତି
ରଚନା - ପଞ୍ଚାନନ ଜେନା
ତାରିଖ -୨୮-୦୩-୨୦୨୬
 ++++++++++++++++
 ବୟସ ଆଜି ଅସ୍ତାଚଳେ
 କହୁଛି ଭକ୍ତି ହିଁ ମୁକ୍ତି
 ଭଗବାନ ଶରଣମ୍ ହିଁ ଶ୍ରେଷ୍ଠ ଚକ୍ରବାଳେ

 ମନ ଆଜି ବି ଯୌବନ ଜଳେ
କହୁଛି ମସ୍ତି ହିଁ ଶକ୍ତି
ଜୀବନ ପରା ସୁଖର ସଂସାର
ବିଳାସ ବ୍ୟସନ ହିଁ ମୂଖ୍ୟ କୌଶଳ
ଋଣ କରି ସୁଖ ସମୃଦ୍ଧି ହାତେଇବା ଚତୁର ଚପଳେ

 ମାଳି ପରା ବଗିଚାର ବେଦନା ଜାଣେ
 ନଇଁ ପଡ଼ିଥିବା ବଙ୍କା ଢ଼େଙ୍କା ଡ଼ାଳ ପରା
 ଫୁଲ ଫଳର ଦୁଃଖ ବୁଣେ
ଭୟଙ୍କର ଉଆଁସ ରାତି ପରା
 ତାରା ଭରା ଆକାଶର ତାତି ଛାଣେ
ସଞ୍ଜ ସଳିତା ଜଳେ ଥିରି ଥିରି
ହୁରି ପଡ଼ିଯାଏ ଦୀପ ଜଳୁଛି ସଳିତାର ଛାତି ଚିରି
ତା' ଦୁଃଖ ବୁଝିବାକୁ କାହାର ମନ କୁହୁଳେ ଯନ୍ତ୍ରଣା ମଣେ
ତା' ଶୋକ ଶୋଣିତକୁ ପିଇ
କେହି ଜଣେ ଅଛ କି ପରିତ୍ରାଣ କରିପାରିବ କଣେ

କହିବି ଫକ୍ତି ହିଁ ଅତ୍ୟୁକ୍ତି
ଭାବିନେବି ଆସକ୍ତି ହିଁ ଲୋକୋକ୍ତି
 ସବୁ ସମସ୍ୟାର ପଛେ ପଛେ ତିକ୍ତ ମଧୁର ଅନୁରକ୍ତି
 ଏହି ଗୁଢ଼ ତଥ୍ୟକୁ ବୁଝି ପାରିଲେ
 ମୁଁ ହେବି ତୁମର
ବୁଝି ନ ପାରିଲେ
ତୁମେ ହେଲ ମୋର
ବୁଝି ଅବୁଝା ପରିକା ଛଳନା କଲେ
 ଫୋନ କରି ଗୋଲ ଗୋଲ ବୁଲେଇ ବଙ୍କେଇ କହିଲେ
 ମ୍ୟାସେଜ ଲେଖୁ ଲେଖୁ ହସୁଥିବ
 ଅଥଚ ଧରାପଡିଯିବାର ଧାରଣା ନ ଦେବାକୁ ଯାଇ
 ଛୋଟ ମୋଟ ହୁଁ ହାଁ ରେ ମ୍ୟାନେଜ କରିଲେ

 କହୁଛି ଉକ୍ତି ହିଁ ଆସକ୍ତି
ମାନୁଛି ସୁକ୍ତି ହିଁ ଆରକ୍ତି
ଭାବନା ସୃଷ୍ଟିରେ ହିଁ ସବୁ ପ୍ରକାର ଦୃଷ୍ଟିର ଅଭିବ୍ୟକ୍ତି


Rate this content
Log in

Similar oriya poem from Inspirational