ଆକାଶ କୁସୁମ
ଆକାଶ କୁସୁମ
କବିତା - ଆକାଶ କୁସୁମ
ରଚନା- ପଞ୍ଚାନନ ଜେନା
ତାରିଖ - ୨୫-୦୩-୨୦୨୬
+++++!+++++++
କ୍ଷଣିକ ସୁଖ ପଛରେ ଥିବା
ଅସରନ୍ତି ଦୁଃଖର ନଈରେ
କେବେ ପହଁରିଛ କି ?
ମୁଠାଏ ଶାନ୍ତି ପଛରେ ଥିବା
ଅନନ୍ତ ତ୍ୟାଗର ଉପନ୍ୟାସ
କେବେ ପଢିଛ କି ?
ଗିଲାସେ ସମୃଦ୍ଧି ପଛରେ ଥିବା
ଆଦିଗନ୍ତ ଜଞ୍ଜାଳ ଭୂଗୋଳ
କେବେ ମାପିଛ କି ?
କଳସେ ନୀରବତା ପଛରେ ଥିବା
ଅମାପ ଧୌଯ୍ୟର ପରୀକ୍ଷା ନାରୀକ୍ଷା
କେବେ ଖୁଣ୍ଟିଛ କି ?
ମାନିନେବ ବୋଧେ
ଏହି ସବୁ ସୁଖ ଶାନ୍ତି ପଛରେ
ସମୃଦ୍ଧି ନୀରବତା ପଛରେ ଥାଏ ---
ଯନ୍ତ୍ରଣାର ଛାତିଥିରା ଯୁଇ
ଲୁହର ଲହୁର ଯହିଁ ମିଶେ ସାହାନାଇ
ସମସ୍ୟାର ଲମ୍ବା ଚିଠା
ବରଗଛ ଓହଳି ପରି ଭୂମୀଗତ ଚେଷ୍ଟା
କ୍ଷତାକ୍ତ ରକ୍ତାକ୍ତ ସଂଘର୍ଷ କରାଏ
କ୍ଷଣେ କ୍ଷଣେ
ହଜମି ଯାଏ
ସବୁ ଥନ୍ତଲା ଚର୍ବି ଖିରି ପୁରି ମିଠା
ସମୟ କେତେ ଅସହାୟ
ଜୀବନ ବିଚରା ନିରୁପାୟ
ତଥାପି ସେହି ଆକାଶ କୁସୁମ ପଛରେ
ନିତି ପାଞ୍ଚେ ନୂଆ ଫନ୍ଧି ଫିକର ଅନୁମେୟ
ସମର ଶିକ୍ଷାର୍ଥୀ ପରି କସରତ କରୁଛି
ଦୃତ ଧାଉଁଛି ପୁଣି କଚାଡି ପଡୁଛି
ପୁଣି ଉଠିପଡ଼ି କମର ସଳଖି ଦୈଡୁଛି
ଏମିତି ଅସରନ୍ତି ଗଣଦୌଡ଼ରେ
କ୍ଷତକୁ ଯେତେ ଘୋଡେଇଲେ ବି
ଝାଳକୁ ଯେତେ ଲୁଚେଇଲେ ବି
ସବୁ ଗଳଦଘର୍ମ ଚେଷ୍ଟା ପ୍ରଚେଷ୍ଟା ଜଣାପଡୁଛି
