STORYMIRROR

Panchanan Jena

Tragedy

3  

Panchanan Jena

Tragedy

ପାପୁଲିଏ ବସନ୍ତ

ପାପୁଲିଏ ବସନ୍ତ

1 min
1

କବିତା - ପାପୁଲିଏ ବସନ୍ତ
ରଚନା - ପଞ୍ଚାନନ ଜେନା
ତାରିଖ -୧୭-୦୩-୨୦୨୬
 +++++++++++++++++
 ସର୍ତ୍ତରେ ନୁହଁ ସତ୍ୟରେ
ଭୋକରେ ନୁହଁ ଶୋଷରେ
ଜୀବନ ଯୁଦ୍ଧରେ ଲଢିହୁଏ

 ପଣରେ ନୁହଁ ପଣତକାନିରେ
ଟାଣରେ ନୁହଁ ମାଣ ମାପରେ
ସମୟ ଚୌହଦୀରେ ଦୌଡିହୁଏ

 ବିଷରେ ନୁହଁ ପିଉଷରେ
 ନିଶ୍ୱାସରେ ନୁହଁ ବିଶ୍ଵାସରେ
ସତ୍ୟ ଶିବ ସୁନ୍ଦର ପାଇଁ ଜିଇଁହୁଏ

 ବର୍ଷିଯାଏ ସାଲିସ୍ ବିହିନ ଶ୍ରାବଣ
 ନୀଳ ନୟନାର ଲୁହ ଢାଳି ଦେଇ
ବଳକା କେଇ ଟୋପା ଗାଲ ଉପରେ
ଚିକ୍ ମିକ୍ କରୁଥାଏ ସାଉଁନେଇ
ସତେ ଯେମିତି ବ୍ୟର୍ଥ ତୃର୍ଷ୍ଣାର ଶେଷ ଦ୍ରବଣ

 ବୋକା କହିପାର ମାନିପାର
 ଜୀବନ ଥିବା ପର୍ଯ୍ୟନ୍ତ ଧିକ୍କାରୀପାର
 ଧେତ୍ !
କଉଁ ସରେ ଯେ ବର୍ଷା ବୈଶାଖ ହେମନ୍ତ
କଉଁ ସରେ ଯେ ଶୀତ ଶରତ ବସନ୍ତ
 ବାର୍ଷିକ ଉତ୍ସବ ପରି ପୁଣି ପାପୁଲିଏ ହସନ୍ତ


ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya poem from Tragedy