ଦଶମ ଋତୁ
ଦଶମ ଋତୁ
କବିତା - ଦଶମ ଋତୁ
ରଚନା - ପଞ୍ଚାନନ ଜେନା
ତାରିଖ -୧୫-୦୩-୨୦୨୬
+++++++++++++++++
ବର୍ଣ୍ଣବୋଧରେ ପଢିଥିଲି ଛଅଟି ଋତୁ
ଗ୍ରୀଷ୍ମେ ବୈଶାଖ ଜ୍ୟେଷ୍ଠ ମାସ
ପ୍ରଚଣ୍ଡ ରୌଦ୍ର ପରକାଶ
ଇତ୍ୟାତି ଇତ୍ୟାଦି
ସପ୍ତମ ଶ୍ରେଣୀ ଆସନ୍ତେ
ସପ୍ତମ ଋତୁ ପ୍ରେମ ଶ୍ରବଣ ମାତ୍ରକେ
ଅଷ୍ଟମ ଶ୍ରେଣୀ ଆସନ୍ତେ
ଅଷ୍ଟମ ଋତୁ ଅନୁଭବ ଗ୍ରହଣ ସାର୍ଥକେ
ନବମ ଶ୍ରେଣୀ ଉଠନ୍ତେ
ନବମ ଋତୁ ଆକର୍ଷଣ ପ୍ରମାଣ ପାର୍ଥକ୍ୟେ
ଦଶମ ଶ୍ରେଣୀ ପାସ୍ କରନ୍ତେ
ଦଶମ ଋତୁ ଆଲିଙ୍ଗନ ଦ୍ରବଣ ପାତ୍ରକେ
ମୁଣ୍ଡଟା ଟିଣ ହେଲା
ବାଜି ଚିନ୍ତା ବିଛୁଆତି କିଂଚିତେ କିଂଚିତେ
ପବନା ଦଳିଆ ସାଙ୍ଗ ମୂଳିଆ ଉଡ଼ା କଥା ସାଧ୍ୟ ମତେ
ସ୍କୃତିଛାୟା ଗ୍ରୀଷ୍ମର ଦହନ ଠାରୁ ଭୟାବହ
ସ୍ନେହକାୟା ଶ୍ରାବଣ ବର୍ଷଣ ଠାରୁ ମାୟାମୋହ
ମନରେ ଗ୍ରହଣ ଶରତ ଚନ୍ଦ୍ର ଠାରୁ ଶୀତଳ ଦ୍ରୋହ
ପ୍ରାଣରେ ଦ୍ରବଣ ହେମନ୍ତ କାକର ଠାରୁ ଥଣ୍ଡା ବ୍ୟୁହ
ମନ ମନ୍ଦିରେ ଶରଣ ଶୀତ ଠାରୁ ଛାତିଥରା ଭୟ
ଆତ୍ମାରେ ବରଣ ବସନ୍ତ ଠାରୁ ସୁଗନ୍ଧିତ ଆଳୟ
ଦେଖିଲି ପରଖିଲି ଧିରେ ଧିରେ
ବର୍ଷା ବସନ୍ତ ବୈଶାଖର ଅଳ୍ପସ୍ଵଳ୍ପ ବିଭା
ଶୀତ ଶରତ ହେମନ୍ତର ସ୍ଵତସ୍ଫୁର୍ତ୍ତ ଆଭା
ଅନୁଭବିଲି ଅଙ୍ଗେ ନିଭେଇଲି ପରେ ପରେ
ପ୍ରେମ ସ୍ନେହ ମହ୍ଲାରର ସୁଗନ୍ଧିତ ଆସର
ମନ ଦେବା ନେବାର ସ୍ୱର୍ଗୀୟ ଭାସ୍ୱର
ଛଅ ଋତୁଚକ୍ର କେବଳ ସଂଖ୍ୟାରେ ଏମିତି
ଅନୁଭବ ଯହିଁ ଖେଳେ ନିତି ଲୁଚକାଳି
ସପ୍ତମ ଅଷ୍ଟମ ନବମ ଦଶମ ଚାରି ଯୋଡିଗଲେ
ଦଶ ଋତୁଚକ୍ର ଘୁରନ୍ତା ନାଗର ଦୋଳି ଯେମିତି
ଫୁଲ ଚାଙ୍ଗୁଡିଏ ହସୁଥାନ୍ତା ଅକାଳି ସକାଳି
