ଭକ୍ତିରସର ପ୍ରହର
ଭକ୍ତିରସର ପ୍ରହର
କବିତା - ଭକ୍ତିରସର ପ୍ରହର
ରଚନା - ପଞ୍ଚାନନ ଜେନା
ତାରିଖ -୦୯-୦୩-୨୦୨୬
++++++++++++++
ରାସ୍ତା କଡେ କଡ଼େ ଋତୁରାଜ
ଘାସ ଫୁଲର ଅସମ୍ଭବ ସମ୍ଭାର
ସତେ ଯେମିତି
ହସ ଖୁସିର ଅସମ୍ଭାଳ ଆସର
ମନେ ପଡୁଛି
ତୋ ଗେଲ ତୋ ସ୍ନେହ ପ୍ରଚୁର
ବର୍ଷା ଝପେ କାଚି ଦେଇ ପଳେଇଲା
ଟପ୍ ଟପ୍ ପାଣି ପତ୍ରରୁ ଝରିଲା
ପାଣିର ସୁଅ ତଳମୁହାଁ ନାଳମୁହାଁ ବହି ଚାଲିଲା
ମନେ ପଡୁଛି
ତୋ ଲୁହ କାନ୍ଦୁରା ଆଖି କୋଣରେ
ବନ୍ୟାର ସୁଅ ଭାରି ପ୍ରଖର
ମାଟି ମଟାଳ ଗ୍ରାମପଥ ଭିଜିଗଲା
ପଚ୍ ପଚିଆ କାଦୁଆ ବାସିଲା
କି ସମ୍ମୋହନ କି ଆକର୍ଷଣୀୟ ଗନ୍ଧ
ସତେ ଯେମିତି
ମନ ବନେ ସୁଗନ୍ଧରାଜ ବିଞ୍ଚିଗଲା
ମନେ ପଡ଼ୁଛି
ସେହି ସମ୍ମୋହନୀ ମୋହରେ
ପାଦ ପକେଇବା ଭୂଲିଗଲି
ଖସଡି କଚାଡ଼ି ପଡି ରକ୍ତ ରୁଧିର
ଆମ ସମ୍ପର୍କର କକ୍ଷରେଖା ତ ପିଲାଦିନର
ଘାସଫୁଲ ଦେଖିଲା ପରେ
ଆମ ସମ୍ବନ୍ଧର ଅକ୍ଷରେଖା ଆଉ ପାଦେ
ଡେଇଁବାକୁ ପ୍ରୟାସତର
ମାଟିର ଗନ୍ଧ ଶୁଙ୍ଘିଲା ପରେ
ଆମ ଠିକଣା ସବୁ ପ୍ରକାର ବନ୍ଧ ବାଢ଼
ଡ଼େଇଁବାକୁ
କର୍ମ ତତ୍ପର
ମନ କହୁଛି
ଆମ ସମ୍ପର୍କ ପବିତ୍ର ପବିତ୍ର ବାସୁଛି
ଫୁଲର ସହର
ସ୍ଵର୍ଣ୍ଣଚମ୍ପା ଅଗରବତୀ ସୁଗନ୍ଧ ପରି
ଭକ୍ତିରସର ପ୍ରହର
