ସମର୍ପିତ ବିଭୁ କଲ୍ୟାଣ
ସମର୍ପିତ ବିଭୁ କଲ୍ୟାଣ
କବିତା - ସମର୍ପିତ ବିଭୁ କଲ୍ୟାଣ
ରଚନା - ପଞ୍ଚାନନ ଜେନା
ତାରିଖ -୧୭-୦୩-୨୦୨୬
+++++!+++++++++++
ଗଛ ସହିତ କଥା ହେବା
ଫୁଲ ସହିତ ଗୀତ ଗାଇବା
ଅବାନ୍ତର ଲାଗୁଥିବ ନିଶ୍ଚୟ
ପତ୍ର ସହିତ ହାତ ମିଶେଇବା
ଫଳ ଡ଼ାଳ ସହିତ ମୀତ ବସିବା
ଅସମ୍ଭବ ବୋଲି ଭାବିବା ସମୁଚୟ
ମାତ୍ର କଅଁଳ ବୟସରେ
ଜେଜେ ସହିତ ସକାଳ ବୁଲିବା
ଜେଜେମା ସହିତ ଫୁଲ ତୋଳିବା
ମା' ସହିତ ସାଗମଞ୍ଜି ବାଲି ମିଶେଇ ବୁଣିବା
ବାପା ସହିତ ପୋଖରୀ ପହଁରିବା
ଗଣେଶ ପୂଜାରେ କଇଁଫୁଲ ଛାଟିବା
ପକୃତି ସହିତ ବୋଧେ ମିତ୍ରତାର ଆରମ୍ଭ ପ୍ରାରମ୍ଭ
ଗଛରେ ପାଣି ଦେଉ ଦେଉ
ପଦେ ଦି ପଦ କଥା ବାର୍ତ୍ତା ହେଉଛି
ସିଏ କେବେ ମୋତେ ଆଉଁସି ଦେଉଛି
ମୁଁ କେବେ ତା କଅଁଳିଆ ଦେହ ଛୁଇଁ ଦେଉଛି
ମାଟି ହାଣି ପଟାଳି କରୁ କରୁ
ଘାସ ବାଛୁ ବାଛୁ ମାଟି ହୁଡ଼ାକୁ ଧରୁ ଧରୁ
ସକାଳୁ ସଞ୍ଜ ପରିବା ବାଡିରେ ଘୁରୁ ଘୁରୁ
ଅଳପ ସଲପ ଗଳପ ମେଳାପ ବି ଚାଲୁଛି
ପାଣିପାଗ ରୋଗପୋକ ନିୟନ୍ତ୍ରଣ ବି ହେଉଛି
କାହିଁକି କେଜାଣି ସବୁଜ ସବୁଜ ରଙ୍ଗ ମାଖୁଛି
ଗଛ ସହିତ ଗପିବା ସମ୍ଭବ ହେଲାଣି
ଫୁଲ ସହିତ ହସିବା ବାସ୍ତବ ଭଜାଣି
ନିତି ଦିନିଆ ଅଭ୍ୟାସରେ ଫସି ଗଲିଣି
ଛନଛନ ପନି ପରିବା ପାଖରେ ମାୟା
ଶାଗ କାଟୁ କାଟୁ ଛୋଟିଆ ଉପରେ ଦୟା
ଦୟାଳୁ ଶ୍ରଦ୍ଧାଳୁ ଭାବନା ସବୁ ଫୁଟିଲେଣି ଛାୟା
ସତ ସତିକା
ପ୍ରକୃତି ହିଁ ଚେତନାର ସୁରଭିତ ଉତ୍ତରଣ
ଶାଗ ପଟାଳି ହିଁ ସବୁଜିମା ଲୋଡିବାପଣ
କୁଣ୍ଡ ଲଙ୍କାଗଛ ହିଁ ଚଳନ୍ତି ବିଚ୍ଛୁରଣ ସମର୍ପଣ
କଲରା ଲତାରେ ଲହ ଲହକା ଝୁଲନ୍ତ
ଛୋଟ ବଡ ଫଳ ହିଁ ସମର୍ପିତ ବିଭୁ କଲ୍ୟାଣ
