ଭୋକ ସମାପ୍ତି ତନ୍ତ୍ର
ଭୋକ ସମାପ୍ତି ତନ୍ତ୍ର
କବିତା - ଭୋକ ସମାପ୍ତି ତନ୍ତ୍ର
ରଚନା - ପଞ୍ଚାନନ ଜେନା
ତାରିଖ -୧୫-୦୩-୨୦୨୬
++++++++++++++++++
ଯୁଦ୍ଧର ଘନ ଘୋର ହାହାକାର
ଜଳୁଛି ମଧ୍ୟପ୍ରାଚ୍ୟ ମଧ୍ୟଏସିଆ
କୁହୁଳୁଛି ସାରା ବିଶ୍ୱ ଦରବାର
ସର୍ବଗ୍ରାସୀ ଯୁଦ୍ଧର କଳା ଜହର
ବାରୁଦର ଉତ୍କଟ ଗନ୍ଧରେ
କଳାଧୂଆଁର କୁହୁଡି ଘେରରେ
କ୍ଷେପଣାସ୍ତ୍ରର ଘନ ଘନ ମାଡ଼ରେ
ହୁତ୍ ହୁତ୍ ଜଳେ ତେଲକୂଅ
ଦୂତାବାସ , ବୁଡ଼ା ଜାହାଜ
ଆକାଶ ଛୁଆଁ ଅଟ୍ଟାଳିକା ସହର ନଗର
ଯୁଦ୍ଧଖୋର ଯୁଆଡ଼ି ମାନେ
ଛାତି ଫୁଲେଇ ଧମକ ବାର୍ତ୍ତା ଭିତରେ
ଖବର ରଖନ୍ତି କି ?
ମାନବିକତାର ବନ୍ଧେଇ ଖାତାରେ
ଭୋକିଲା ପେଟର ଆର୍ତ୍ତ ଚିତ୍କାର
ଲୁହ ଢାଳୁଥିବା ଦାଦନ ଶ୍ରମିକର
ଏଲପିଜି ସିଲିଣ୍ଡର ଅଭାବି ଗ୍ରାହକର
ରକ୍ତ ପିପାସୁ ମୁଢ଼ମତି ମାନେ
ଗର୍ବ ଅହଙ୍କାରୀ ଧୁରନ୍ଧରମାନେ
କଳ୍ପନା କରନ୍ତି କି
ବୈଷୟିକ ଜ୍ଞାନକୌଶଳରେ
ଭୋକ ଶୋଷ ସମାପ୍ତି ମିଜାଇଲ୍ ଟେ
ଦୁଃଖ ଶୋକ ନାସ୍ତି ଟ୍ୟାବଲେଟ ଟେ
ରୋଗ ବ୍ୟାଧି ପରାସ୍ତି ସଫ୍ଟ୍ ୱାର ଟେ
ସମସ୍ୟା ଜଞ୍ଜାଳ ମୃତ କଫସିରାପ ଟେ
ଯୁଦ୍ଧର ଅବଧି ଆହୁରି ବଢିଯାଉ
ନାହିଁ ଅନୁଶୋଚନା
ଜ୍ଞାନ ବିଜ୍ଞାନ କୌଶଳର ବିକାଶ ହେଉ
ଭୋକ ହତ୍ୟାକାରୀ ତନ୍ତ୍ର ଉଦ୍ଭାବନ ହେଉ
ଶୋଷ ପାଇଁ ଯୁଦ୍ଧମ୍ ଦେହୀରେ ସମାପ୍ତ ହେଉ
