ଅନୁଭୂତିର ଉଦଗିରଣ
ଅନୁଭୂତିର ଉଦଗିରଣ
କବିତା - ଅନୁଭୂତିର ଉଦଗିରଣ
ରଚନା - ପଞ୍ଚାନନ ଜେନା
ତାରିଖ -୧୪-୦୩-୨୦୨୬
++++++++++++++++++
ମୋ ଦୂର ଅଦୂର ପରିଧିରେ
ମୋ ପ୍ରେମ ଅପ୍ରେମ ପୃଥିବୀରେ
ଯେତେ ଲୁଚିଲି ଲୋଚେଇଲି
ସେତେ ଦିଶିଲି ବା ଦିଶିଗଲି
ମୋ ରଙ୍ଗ ବେରଙ୍ଗ ଜୀବନରେ
ମୋ ସମୟ ବେସମୟ ଛକପଞ୍ଜାରେ
ଯେତେ ମୁକୁଳା ବା ଲଙ୍ଗଳା ସାଜିଲି
ସେତେ ସବଳ ବା ସଶକ୍ତ ଦେଖାଗଲି
ମୋ ବାହାର ଭିତର ପରିବେଶରେ
ମୋ ବୃତ୍ତି ଆବୃତ୍ତି ଝଡ଼ଝଞ୍ଜାରେ
ଯେତେ ବିନୟ ବା ଅଭିନୟ କଲି
ସେତେ ଖୋଲା ବା ମେଲା ଦ୍ଵାର ହେଲି
ମୋ ଆଚରଣ ଉଚ୍ଚାରଣ ଚୌହଦିରେ
ମୋ ଆବରଣ ଅନାବରଣ ଦିଗନ୍ତରେ
ଯେତେ ପ୍ରବଳ ବା ତରଳ ହେଲି
ସେତେ ସୁରଭିତ ବା ସୁଗନ୍ଧିତ ହେଲି
ଏବେ କୁହ
ମୋ ଅନୁଭୂତିର ଉଦଗୀରଣ
ମୋ ଉଦାହରଣୀୟ ଉଦାହରଣ
କଉଁ ବିଭାଗକୁ ସହର୍ଷେ ବାଛିନେବ
ଯାହା କି ତୁମର ଭବିଷ୍ୟତ
ଇଟା ଯୋଡ଼ା ମିସ୍ତ୍ରୀପରି ଯୋଡିଦେବ
ବୁର୍ଜ ଖାଲିଫା ପରି ଆକାଶ ଛୁଆଁ ଗଢ଼ିଦେବ
