ଛନଛନ ଅଭିପ୍ସା
ଛନଛନ ଅଭିପ୍ସା
କବିତା - ଛନଛନ ଅଭିପ୍ସା
ରଚନା - ପଞ୍ଚାନନ ଜେନା
ତାରିଖ -୧୬-୦୩-୨୦୨୬
+++++++++++++++++++
ମନେ ପଡେ ସ୍କୁଲ ଫେରନ୍ତା ବେଳର ହଟହଟା
ପେଟରେ ପେଟେ ଭୋକର ଭୂଗୋଳ ଘନଘଟା
ମାତ୍ର ବୋଉର ଆକଟ
ଜେଜେମା' ର କଡ଼ା ତାଗିଦ କଟକଟ
ଆଗେ ଗୋଡ ହାତ ଧୁଆ
ପରେ ସୁଆଦିଆ ଖାଦ୍ୟଥାଳି ଥୁଆ
ମନରେ ମହଣେ ରାଗ ନେଇ ଗରଗର
ପ୍ରଜାପତିର ଡେଣା ନେଇ ଧାଏଁ ତରତର
ବାଡି ଗଡିଆ ଆଡକୁ
ବାଢ଼ କଡ଼ରେ ଫୁଟିଥିବା ଫୁଲ ଦେଖୁ ଦେଖୁ
ନାଲି ଧଳା ହଳଦିଆ ରଙ୍ଗ ରୋଷଣୀ ପରଖୁ
ଘଣ୍ଟି ମନ୍ଦାର ଝୁଲି ଝୁଲି କହୁଥିବେ
ହଳଦୀ ଗୁରୁଗୁରୁ ଜହ୍ନିଫୁଲ ଖାଲି ହସୁଥିବେ
ମଲ୍ଲୀ ସେବତି ସୁଗନ୍ଧରାଜ ହେରିକା
ବାସ ଚନ୍ଧନ ବିଞ୍ଚୁଥିବେ
ଗୋଡ଼ ଧୋଇବା ଛାଡ଼
ମନରେ ରାଗ, ପେଟର ଭୋକ ଭୂଲି ଯାଉଥିବେ
ଛନଛନ ଅଭିପ୍ସା ମାୟାରେ ସବୁ ବିସ୍ମରି ସାରିଥିବେ
ଏମିତି କମନୀୟ ଭାବନା
ଏମିତି ନମନୀୟ କଳ୍ପନା
ଏମିତି ମହନୀୟ ଜଳ୍ପନା
ମନରେ ଆସୁଛି ମାନେ ଫୁଲ ବଗିଚା ପ୍ରାରମ୍ଭ
ଛାତ ଉପରେ କୁଣ୍ଡରେ ପରିବା ଚାଷ ଆରମ୍ଭ
